ଖୋର୍ଦ୍ଧା : ୩୦/୦୪ : ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ୨୦୧୯ ମସିହାର ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ ୧୦ ବର୍ଷ ଧରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ସଂଗଠନ କୁ ସୁଦୃଢ଼ କରିଆସିଥିଲେ ଏବଂ ୨୦୧୯ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇ ପାଖାପାଖି ୭୫୦୦୦ ଭୋଟ ପାଇଥିଲେ । ତାଙ୍କୁ ୨୦୨୪ ନିର୍ବାଚନ ରେ ଦଳୀୟ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ, ଭୁବନେଶ୍ବର ସାଂସଦ ୨କୋଟି ଟଙ୍କା ଗଣେଶ ଜଗଦେବଙ୍କ ଠାରୁ ନେଇ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତାଙ୍କ ଉପରେ ଯେ ଗାଡି ଚଢେଇ ମାରି ଦେବାକୁ ଉଦ୍ୟମ କରିଥିବା ଲୋକକୁ ଟିକେଟ ଦେବା କାରଣରୁ ଓ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ବିଫଳ ହେବା ପରେ ଆଜି ତାଙ୍କର ସମର୍ଥକ ମାନଙ୍କ ସହିତ ପ୍ରେସମିଟ କରି ସମୂହ ଇସ୍ତଫା ଦେଇଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ବଡ଼ପୋଖରିଆ ମଣ୍ଡଳ ସଭାପତି ବିପିନ ପାଲଟାସିଂହ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ଦକ୍ଷିଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ଉପସଭାପତି ତ୍ରିନାଥ ମହାପାତ୍ର, ସାଧାରଣ ସମ୍ପାଦକ ଅଭିମନ୍ୟୁ ଘଟୁଆଳ ଓ ବି ସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ବେହେରା, ରଜତ ରଞ୍ଜନ ଶର୍ମା, ବଦ୍ରି ନାରାୟଣ ଦାଶ ପ୍ରମୁଖ ବହୁ ଆଗଧାଡ଼ି ର କାର୍ଯ୍ୟକର୍ତ୍ତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ଜନ ସାଧାରଣଙ୍କ ଆଶ୍ରିବାଦକୁ ପ୍ରାର୍ଥେୟ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।