February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମହାମାୟୀ ପୀଠ ରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତ ଯଜ୍ଞ ଅନ୍ନ ଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l


ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l

ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା l ମହାମାୟୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନ ଯଜ୍ଞ, ଓ ଜ୍ଞାନଯଜ୍ଞ ଅବସରରେ ସକାଳୁ ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀ, ମା ‘ ପାଟ୍ଟଖଣ୍ଡା ଓ ମା ‘ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମହାମାୟୀ ଦେବୀଙ୍କ ପ୍ରାଙ୍ଗଣରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୦ ରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ l ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ବହୁତ ଆକର୍ଷଣୀୟ ହୋଇଥିବାରୁ ଏହା ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମିଥିଲା l ଏଥିରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣ ରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।