January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘପକ୍ଷରୁ ସେବା କାର୍ଯ୍ୟକ୍ରମ।

ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ ଆଜକୁ ଦୀର୍ଘ ୩୪ ବର୍ଷ ଧରି ଦରିଦ୍ର ନାରାୟଣମାନଙ୍କୁ ନିଶୁଳ୍କ ସେବା ଯୋଗାଇ ଆସୁଛି ।

ଖୋର୍ଦ୍ଧା : ୧୦/୧୧/୨୪

ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ ଆଜକୁ ଦୀର୍ଘ ୩୪ ବର୍ଷ ଧରି ଦରିଦ୍ର ନାରାୟଣମାନଙ୍କୁ ନିଶୁଳ୍କ ସେବା ଯୋଗାଇ ଆସୁଛି । ପ୍ରତିବର୍ଷ ଅଁଳାନବମୀ ତିଥିରେ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଥ‌ିବା ୧୫୦୦ ରୁ ୨୦୦୦ ଭିନ୍ନକ୍ଷମ ଓ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ଖୋର୍ଦ୍ଧା ଗଙ୍ଗପଡ଼ା ନିକଟବର୍ତ୍ତୀ ମା’ଭୂଆଷୁଣୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ କରାଇ ସେମାନଙ୍କୁ ଭୂରିଭୋଜନ, ଧୋତି, ଶାଢ଼ୀ, କମ୍ବଳ ଏବଂ ଔଷଧ ଇତ୍ୟାଦି ପ୍ରଦାନ କରିଥାନ୍ତି ।

ଏହା ବ୍ୟତୀତ ପ୍ରତି ମାସର ୭ ତାରିଖ ଦିନ ୫୦୦ରୁ ୬୦୦ ଉର୍ଦ୍ଧ୍ବ ଅସହାୟ, ଭିନ୍ନକ୍ଷମ ଓ ଦୃଷ୍ଟିହୀନ ଭାଇ ଭଉଣୀମାନଙ୍କୁ ଭୋଜନ ସହିତ ଔଷଧ ଓ ମାସିକ ୨୦୦ ଟଙ୍କା ଭତ୍ତା ପ୍ରଦାନ କରିଥାନ୍ତି।ଚଳିତ ବର୍ଷ ଅଁଳା ନବମୀ ତିଥିରେ ରବିବାର ୧୦.୧୧.୨୪ ରିଖରେ ଗଙ୍ଗପଡ଼ାସ୍ଥି ମା’ ଭୂଆଷୁଣି ମନ୍ଦିର ପ୍ରାଙ୍ଗଣରେ ଏହି ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟ (ପୂର୍ବତନ ମନ୍ତ୍ରୀ ଓ ବିଧାୟକ, ଜଟଣୀ), ସମ୍ପାଦକ– ଲଲାଟ କଶୋର ପୃଷ୍ଟି, ସହ-ସମ୍ପାଦକ – ନିରଞ୍ଜନ ପୃଷ୍ଟି, ମୁଖ୍ୟ ଅତିଥୁ- ନିରଂଜନ ସାହୁ, ପୂର୍ବତନ ଜିଲ୍ଲାପାଳ,ଖୋର୍ଦ୍ଧା, ପଞ୍ଜାବ ନ୍ୟସାନାଲ ବ୍ୟାଙ୍କ, ଓଡ଼ିଶା ମୁଖ୍ୟ ପ୍ରବନ୍ଧକ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ କାର୍ଯ୍ୟକୁ ଉତ୍ସବ ମୁଖର କରିଥାନ୍ତି ।

ଏହି ଅନୁଷ୍ଠାନଟିକୁ ଶ୍ରୀ ଲଲାଟ କିଶୋର ପୃଷ୍ଟି ୧୯୯୨ ମସିହାରୁ ପ୍ରତିଷ୍ଠା କରି ନିଜ ପାରିଶ୍ରମିକରୁ କିଛି ଅର୍ଥ ସଂଚୟ କରି ଦରିଦ୍ର ନାରାୟଣ ସେବା ସଂଘଟିକୁ ଚଳାଇ ଆସୁଥିବାବେଳେ କୌଣସି ସରକାରୀ ବା ବେସରକାରୀ ସାହାଯ୍ୟ ଗ୍ରହଣ କରନ୍ତି ନାହିଁ । ତାଙ୍କର ଏହି ମାନବସେବା କାର୍ଯ୍ୟରେ ଗ୍ରାମପ ସ୍ୱେଚ୍ଛାସେବୀ ବନ୍ଧୁମାନେ ସାହାଯ୍ୟ ଓ ସହଯୋଗ କରିଥାନ୍ତି।ଉପସ୍ଥିତ ଥିବା ସମସ୍ତ ଭିନ୍ନକ୍ଷମ, ରୁଗ୍‌ଣ, ନିଃସହାୟ, ମଉସା ମାଉସୀ, ଭାଇ ଭଉଣୀମାନଙ୍କୁ ଏବଂ ଉପସ୍ଥିତ ଅନ୍ୟାନ୍ୟ ଅତିଥ୍‌ ବୃନ୍ଦ ଓ ସମସ୍ତ ଗଣପ୍ରତିନିଧୁମାନଙ୍କୁ ସଂଘ ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।