January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖୀ କରିବାକୁ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ପ୍ରାଧାନ୍ୟ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି

ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୪ :

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନର ବହୁଳ ବ୍ୟବହାର ଏବଂ ଏହାର ଗୁଣାତ୍ମକ ଦିଗ ବାବଦରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।
ଏକ ବୈଷୟିକ ଅଧିବେଶନରେ ବିସ୍ମୃତ ଖାଦ୍ୟଶସ୍ୟର ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ନେଇ ବିସ୍ତୃତ ଆଲୋଚନା । ଏହି ଆଲୋଚନାରେ ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖ କରିବା ଉଦ୍ଦେଶ୍ୟରେ ଏହାକୁ କିପରି ନୂତନ ଉପାୟରେ, ନୂତନ ପ୍ରଣାଳୀ ମାଧ୍ୟମରେ ଅଧିକ ଲୋକପ୍ରିୟ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା ।

ବୈଠକର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓୟୁଏଟିର ଅଧ୍ୟାପକ ଡ. ନିହାର ରଞ୍ଜନ ସାହୁ ନୂତନ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ ଦ୍ୱାରା ବିସ୍ମୃତ ଖାଦ୍ୟକୁ କିଭଳି ପୁଣି ଲୋକପ୍ରିୟ କରାଯାଇପାରିବ ସେ ନେଇ ମତ ରଖିଥିଲେ । ମହାରାଷ୍ଟ୍ରରୁ ଆସିଥିବା ସୃଜନ ସଂସ୍ଥାର ଟିମ୍‌ ଲିଡର ଶ୍ରୀ ସନ୍ଦୀପ ଭୂଜେଲ ଆତ ଉତ୍ପାଦନରେ ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ଓ ନିଜର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଏମ୍‌. ଏସ୍‌. ସ୍ୱମୀନାଥାନ ରିସର୍ଚ୍ଚ ଫାଉଣ୍ଡେସନର ବୈଜ୍ଞାନିକ ଡ କାର୍ତ୍ତିକ ଚରଣ ଲେଙ୍କା ପୋଷଣୀୟ ଶକ୍ତି ବୃଦ୍ଧିରେ ବିସ୍ମୃତ ଖାଦ୍ୟର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ସେଣ୍ଟ୍ରାଲ ଟୁ୍ୟବର୍‌ କ୍ରª ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧକ୍ଷ ଡ଼. କେ. ଲକ୍ଷ୍ମୀନାରୟଣ ମାଟି ତଳେ ଫଳୁଥିବା ଫସଲ ଯଥା – ମାଟି ଆଳୁ, ପାଳୁଅ, କନ୍ଦମୂଳ, ସାରୁ ଆଦି ଫସଲର ମୂଲ୍ୟଯୋଗ ସମ୍ପର୍କରେ ସୂଚନା ଦେଇଥିଲେ ।

ତାଞ୍ଜାଭୁରସ୍ଥିତ ଦି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫୁଡ୍‌ ଟେକ୍ନୋଲୋଜି, ଏଣ୍ଟ୍ରୋପ୍ରିନୋର୍ସିିପ ଆଣ୍ଡ ମାନେଜ୍‌ମେଣ୍ଟର ସହାୟକ ଅଧ୍ୟାପକ ଡ଼ ଭିନସେଣ୍ଟ ହେମା ବିସ୍ମୃତ ଖାଦ୍ୟର ପୋଷଣୀୟତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଅନେକ ଚାଷୀ ଯୋଗ ଦଇ ଚାଷକୁ ନେଇ ନିଜ ନିଜ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଶେଷରେ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।