ଖୁଣ୍ଟିଆ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ନିକଟରେ ଦୁର୍ଘଟଣା। ବସ୍ କୁ ସାଇଡ ଦେବା ବେଳେ ଗୋଟିଏ ପାର୍ଶ୍ୱରେ ପିଟିଲା ଟ୍ରାକ୍ଟର।
କଳାହାଣ୍ଡି:୧୦/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ନିକଟରେ ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ଲକ୍ଷ୍ମୀବସ୍ ଓ ଟ୍ରାକ୍ଟର ଦୁର୍ଘଟଣା ଘଟିଥିଲା।
ସର୍ଗିଗୁଡ଼ା ପଟରୁ ଖୁଣ୍ଟିଆ ଗ୍ରାମ ଦେଇ ଆସୁଥିବା ଲକ୍ଷ୍ମୀ ବସ୍ କୁ ମିର୍ଜାପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ସାଇଡ ଦେବା ବେଳେ ବସ୍ ର ଗୋଟିଏ ପାର୍ଶ୍ୱରେ ପିଟି ହୋଇ ପାଖ ଜମିରେ ଓଲଟି ପଡିଥିଲା।
ଟ୍ରାକ୍ଟର ଚାଳକ ଅଳ୍ପକେ ବିପଦରୁ ରକ୍ଷା ପାଇ କୌଣସି କ୍ଷତି ହୋଇ ନ ଥିବା ବେଳେ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ଯ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଟ୍ରାକ୍ଟର ଡ଼୍ରାଇଭର ଖଗେଶ୍ୱର ନାଗ (୩୦) ହୋଇଥିବା ବେଳେ ଟ୍ରାକ୍ଟର ଟି ମିର୍ଜାପୁର ଗ୍ରାମର ଗଣେଶ ରଣାଙ୍କ ବୋଲି ଜଣା ପଡିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।