ନିରାକାରପୁର,୧୩/୧୧ :
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ଗତକାଲି ଶାନ୍ତି ଶ୍ରୁଙ୍ଖଳାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହେଇଛି l ପରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ରୁ ରାମରାଜ୍ୟ ପ୍ରସଙ୍ଗରେ ପ୍ରଵଚକ ଅଡଭୋକେଟ ଡକ୍ଟର ଗଣେଶ୍ୱର ସ୍ଵାଇଁ ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା।

ପ୍ରଵଚନ ଶୁଣିବାକୁ ଆଖପାଖ ର ଦୁଇ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ବିଳମ୍ବିତ ରାତି ପର୍ୟ୍ଯନ୍ତ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ପରିଷେଶରେ ବହୁ ସଂଖ୍ୟକ ଭକ୍ତଙ୍କୁ ଠାକୁରଙ୍କ ଚାରୁଅନ୍ନ ବଣ୍ଟା ଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ସଂପାଦକ ଗଙ୍ଗାଧର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉପ ସଭାପତି ସତ୍ୟବାଦୀ ବଳବନ୍ତରାୟ,ବେଣୁଧର ଚଂପତ୍ତିରାୟ, ସାରଙ୍ଗଧର ବଳିୟାର ସିଂହ, ଅଶୋକ ବାହୁବଳେନ୍ଦ୍ର, ଲକ୍ଷ୍ମୀଧର ଦଳାଇ,ରମାନାଥ ଦାଶ, ଦୀପକ ପ୍ରଧାନ,ପ୍ରଫୁଲ ବାରିକ ବିଭୁତି ଭୂଷଣ ଦାଶ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ର ଦାୟିତ୍ୱ ନେଇଥିଲେ। ବୁଧବାର ମେଧା ଅନ୍ବେଷଣ କାର୍ଯ୍ୟକ୍ରମ ହେବାର ପରିଷଦ ପକ୍ଷରୁ ସୂଚନା ମିଳିଛି।
More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।