November 22, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି

Advertisement

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

Advertisement


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀ ଙ୍କ ନିଜ ଘରେ ଆତ୍ମହତ୍ୟା | ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ବାମୀ ସ୍ତ୍ରୀ ଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀ ରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତର ମଝିସାହି ରେ । ଏହି ଗ୍ରାମର ପ୍ରମୋଦ ମଲିକ ଗତ ୨ ବର୍ଷ ହେବ ପୁଆରୀ ମଲିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ବାପା ଘରୁ ସ୍ତ୍ରୀ ପୁଆରୀ ଏକ ମୋବାଇଲ ଆଣିଥିଲେ । ତେବେ ଅଭାବ ରେ ପଡି ପ୍ରମୋଦ ମୋବାଇଲକୁ ବନ୍ଧା ରଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଯାହାକୁ କେନ୍ଦ୍ର କରି ସ୍ତ୍ରୀ ପୁଆରୀ ମଲିକ ପ୍ରଥମେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ସ୍ବାମୀ ପ୍ରମୋଦ ମଧ୍ୟ ନିଜକୁ ସହ୍ୟ କରି ନ ପାରି ଅନ୍ୟ ଏକ କୋଠରୀ ମଧ୍ଯରେ ଆତ୍ମହତ୍ୟା କରିଥିଲେ | ଖବର ପାଇ ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରିଛି । ଏ ନେଇ ଘଟଣା ର ଅଧିକ ତଦନ୍ତ ଜାରୀ ରଖୁଛି ବାଲିଗୁଡା ପୋଲିସ ।ଉଭୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement

Latest news
ଡାଟା ଫୋରମ୍ ୨୦୨୪ ଲୋକାର୍ପିତ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗ ପରେ ସିଲ୍ ହେଲା ମଧୁବନ ରେସ୍ତୋରାଁ ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା, ନିଷ୍କ୍ରିୟ ସୋର ପୋଲିସ। କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି ବି.ଏମ.ସିରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାରିହେଉଛି : ଫରୱାର୍ଡ଼ ବ୍ଳକ୍ ଜିଲ୍ଲା ସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ଡିସେମ୍ବର ୪ ରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଭାରତୀୟ ନୌସେନାର ସାମୁଦ୍ରିକ ଦକ୍ଷତା ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମ  ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ