February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବହୁଚର୍ଚ୍ଚିତ କରମଡ଼ିହି ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା

ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୨/୧୧:

ବହୁଚର୍ଚ୍ଚିତ କରମଡ଼ିହି ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ୱତନ୍ତ୍ର ଟିମ୍ । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଲୁଚି ରହିଥିବା ବେଳେ ଗିରଫ କଲା ସୁନ୍ଦରଗଡ ପୋଲିସ ।

ସୂଚନା ମୁତାବକ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଗୀତାପଡ଼ା ପଡ଼ିଆରେ ବସ୍ତିରେ ମହାରାଷ୍ଟ୍ରରୁ ଆସି ଡେରା ପକାଇଥିବା ଯାଯାବର ପରିବାର ଉପରେ ଅକ୍ଟୋବର ୨୯ ତାରିଖ ରାତି ପ୍ରାୟ ୧୧ଟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ଏଥିରେ ତିନି ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର-କର୍ଣ୍ଣାଟକର ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି ଗଣହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଅନୁମାନ କରିଥିଲା ।

ହତ୍ୟାକାରୀଙ୍କୁ ଧରିବା ଏବଂ ଅପହରଣ ଶିକାର ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ୧୬ଟି ପୋଲିସ ଟିମ୍‌ ଗଠନ କରାଯାଇଥିଲା । ତନ୍ମଧ୍ୟରୁ ଗୋଟିଏ ଟିମ୍‌ ଛତିଶଗଡ଼ ଓ ଅନ୍ୟ ଏକ ଟିମ୍‌ ଝାଡ଼ଖଣ୍ଡକୁ ଯାଇଥିଲା । ସେଠାରୁ ପୋଲିସ ଖାଲି ହାତରେ ଫେରିଥିଲା । ଅନ୍ୟ ୧୪ ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥଲା । ହତ୍ୟାକାରୀଙ୍କ ଲିଙ୍କ୍‌ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକର ଯାଯାବରଙ୍କ ସମ୍ପୃକ୍ତି ଥିବା ଜାଣି ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯାଯାବର ପରିବାର ରହୁଛନ୍ତି, ସେଠାକୁ ଯାଇ ପୋଲିସ ଟିମ୍‌ ତଦନ୍ତ କରିଥିଲା । ଘଟଣା ଘଟିବାର ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।