ସୋର : ୨୩/୧୧/୨୪
ସୋର ଥାନା ୧୬ ନମ୍ବର ଜାତୟ ରାଜପଥ ତଳନଗର ନିକଟସ୍ଥ ରାସ୍ତା କଡରୁ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ଯୁବକ ଜଣଙ୍କ ହେଲେ ରେମୁଣା ଥାନା ଅଂଚଳର ଅନୁପ କୁମାର ବାରିକ।
ମିଳିଥିବା ସୂଚନା ଅନୁସାରେ ଗତ ୪ ଦିନ ତଳେ ଅନୁପ ଏଠାକୁ ଆସିଥିବା ବେଳେ ତାଙ୍କ ବାଇକଟିକୁ ରାସ୍ତା ଉପରେ ରଖିଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ବାଇକଟିକୁ ଥନାରେ ରଖିଥିଲା। ମାତ୍ର ଆଜି ଅପରାହ୍ଣରେ ସ୍ଥାନୀୟ ଲୋକେ ଏଠାରେ ଅନୁପକଙ୍କ ଶବ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅନୁପଙ୍କ ପରିବାର ପକ୍ଷରୁ ଶବ ଚିହ୍ନଟ କରିଥିଲେ। ଶବ ଜବତ କରି ବ୍ୟବଛେଦ ପାଇଁ ନେବା ସହିତ ସାଇନଟିଫିକ ଟିମ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।