ଜଣେ ବାର୍ ଡାନ୍ସରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଡିଜେ ପ୍ଲେୟାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାର ଡାନ୍ସର। କେବଳ ସେତିକି ନୁହେଁ, ପ୍ରେମିକ ଜଣକ ଦୁଷ୍କର୍ମ ପରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରିଛି। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଏକ ବାର୍ରେ କାମ କରୁଥିବା ଜଣେ ଡାନ୍ସର ତଥା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ପୀଡ଼ିତା ଜଣକ ଏନେଇ ବାଙ୍କୀ ଥାନାରେ ମାମଲା ରୁଜୁ କରିଛନ୍ତି।
ଅଭିଯୋଗ ମୁତାବକ, ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଅମୀୟ କୁମାର ଚକ୍ର ଗୋଟିଏ ହୋଟେଲରେ କାମ କରୁଥିଲେ। ଅଭିଯୁକ୍ତ ଜଣକ ସେଠାରେ ଡିଜେ ପ୍ଲେ କରୁଥିଲେ। ସେପଟେ ପୀଡ଼ିତା ଏନେଇ ଏତଲା ଦେବାକୁ ଭୁବନେଶ୍ୱର ଲିଙ୍ଗରାଜ ଥାନାକୁ ଯାଇଥିବାବେଳେ ପୁଲିସ ସେଠାରେ ତାଙ୍କ ଏତଲା ରଖି ନଥିବା ଅଭିଯୋଗ କରିଛନ୍ତି ନିଜେ ପୀଡ଼ିତା। ଏହାପରେ ପୀଡ଼ିତା ବାଙ୍କୀ ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଓ ସମାଜସେବୀ ଲିଟୁ ଦାସ।
ମୋ ଟିଭି ଓଡିଶା ବ୍ୟୁରୋ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।