February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାତୀୟ କଂଗ୍ରେସ ଜ଼ିନ୍ଦାବାଦ ଅମୀର ଚାନ୍ଦ ଜ଼ିନ୍ଦାବାଦ ନାରାରେ କମ୍ପିଲା ଫୁଲବାଣୀ ସହର I


କନ୍ଧମାଳ, ୧/୦୫(ସୁଶାନ୍ତ କୁମାର ସାହୁ) : କନ୍ଧମାଳ ସଂସଦୀୟ କ୍ଷେତ୍ର, ଦଶପଲ୍ଲା, ଭଞ୍ଜନଗର, ବୌଦ୍ଧ, କଣ୍ଟାମାଳ, ବାଲିଗୁଡା, ଘୁ. ଉଦୟଗିରି, ଫୁଲବାଣୀ, ସାତଟି ନିର୍ବାଚନ ମଣ୍ଡଳୀକୁ ନେଇ ଏହି ସଂସଦୀୟ କ୍ଷେତ୍ର ଗଠିତ I ବହୁତ ବର୍ଷ ପରେ ଏଥର କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ କନ୍ଧମାଳ ମାଟିର ପୁଅ ଶ୍ରୀ ଅମୀର ଚାନ୍ଦ ନାୟକ, ସ୍ଥାନୀୟ ଅଞ୍ଚଳର ଯୁବବନ୍ଧୁ, ଉଚ୍ଚ ଶିକ୍ଷିତ ତଥା କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ, ଚାଷୀ , ମୁଲିଆ ଓ ଗରିବଙ୍କ ପ୍ରକୃତ ବନ୍ଧୁଙ୍କୁ ନିଜର ନେତା ଭାବେ ଦେଖି କଂଗ୍ରେସ କର୍ମୀ, କଂଗ୍ରେସ ଲିଡର, ଏବଂ ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ମୁହଁରେ ଖୁସି, ଏବଂ ଆନନ୍ଦର ଲହରୀ ଦେଖିବାକୁ ମିଳିଛି I ଠିକ ସେହିପରି କଂଗ୍ରେସ ଦଳରୁ ମାନଅଭିମାନ, ଭୁଲ ବୁଝାମୁଣାରେ ଦୀର୍ଘ ଦିନହେଲା କଂଗ୍ରେସ ଛାଡି ଚୁପଚାପ ରହିଥିବା କିମ୍ବା ଅନ୍ୟଦଳକୁ ଚାଲି ଚାଲିଯାଇଥିବା, ସହ ସହ କଂଗ୍ରେସ ନେତା ଆଜି ଶ୍ରୀ ଅମୀର ଚାନ୍ଦ ନାୟକ ଏବଂ ପୁଲବାଣୀ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ପ୍ରତିଭା କହ୍ନରଙ୍କ ନାମିନେସନ ଦାଖଲ କରିବା ସମୟରେ ଜାତୀୟ କଂଗ୍ରେସ ଜ଼ିନ୍ଦାବାଦ ଅମୀର ଚାନ୍ଦ ଜ଼ିନ୍ଦାବାଦ ନାରାରେ ଫୁଲବାଣୀ ସହର କମ୍ପେଇ ଦେଇଥିବା ଦେଖିବାକୁ ମିଳିଛି I

ଏହାସହ କଂଗ୍ରେସ ଦଳରୁ ଚାଲିଯାଇଥିବା, ବହୁ ପୁରୁଣା ବରିଷ୍ଠ କଂଗ୍ରେସ ଲିଡର ଆଜି କଂଗ୍ରେସ ମୁହଁI ହୋଇ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଏହି ସଭା ଯାତ୍ରା ପୁଲବାଣୀ ସାହି ନିକଟସ୍ଥ ବରଳାଦେବୀ ମନ୍ଦିରରୁ ବାହାରି ପ୍ରଥମେ ସବ୍ କଲେକ୍ଟର କାର୍ଯ୍ୟାଳୟ ଠାରେ ବିଧାୟିକା ପ୍ରାର୍ଥୀନୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ପୁଣି ଶୋଭାଯାତ୍ରା କଲେକ୍ଟର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ସଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ I


ଏହି ସମାବେଶରେ ବାଲିଗୁଡା କଂଗ୍ରେସ ଵିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ, ଘୁ. ଉଦୟଗିରି ଵିଧାୟକ ପ୍ରାର୍ଥୀ ପ୍ରଫୁଲ ପ୍ରଧାନ , ଜିଲ୍ଲା ସଭପରି ଚନ୍ଦ୍ର ଶେଖର ପରିଡା, ତଥା କଂଗ୍ରେସ ର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I
ଏହି ବିରାଟ ଶେଭାଯାତ୍ରା ଓ ଜନସମୁଦ୍ର ଦେଖୀ ବିଜେଡି ଏବଂ ବିଜେପି ମଧ୍ୟରେ ଛନକା ପଶିଯାଇଛି I ସଂସଦୀୟ କ୍ଷେତ୍ରର ବରିଷ୍ଠ ନାଗରିକ ବୁଦ୍ଧି ଯିବି ଏବଂ ରାଜନୈତିଜ୍ଞ ମହଲରେ ଚର୍ଚ୍ଚା ହେଉଛି ଏହି ୨୦୨୪ ନିର୍ବାଚନରେ କନ୍ଧମାଳ କଂଗ୍ରେସ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ଏବଂ ବାଲିଗୁଡା ଵିଧାୟକ ପ୍ରାର୍ଥୀ, ଘୁ. ଉଦୟଗିରି ଵିଧାୟକ ପ୍ରାର୍ଥୀ ଏବଂ ଫୁଲବାଣୀ ବିଧାୟିକା ପ୍ରାର୍ଥୀନୀ ବିପୁଳ ଭୋଟ ରେ ବିଜୟୀ କରିବେ I

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।