MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୪୧ତମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ।


ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ମାଧ୍ୟମରେ ରାମଚନ୍ଦ୍ର ବିଦ୍ୟାନିକେତନ ରମାବିଲି ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ଅନୁଷ୍ଠିତ ହୋଇ ଅପରାହ୍ନ ରେ ଉଦଯାପିତ ହୋଇଯାଇଛି।

ଉଦଘାଟିତ ଶିଶୁ ଉତ୍ସବରେ ରମାବିଲି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ରାମଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ନେତା ତଥା ଅବସରପ୍ରାପ୍ତ ଶିକ୍ଷାବିତ ପଦ୍ମନାଭ ବିଶ୍ୱାଳ ,ସମ୍ମାନୀତ ଅତିଥି ଭାବରେ ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ମା ମାନଧାତା, ଭାରତୀୟ ଷ୍ଟେଟ ବ୍ୟାଙ୍କ ଛଣଗିର ଶାଖା ପରିଚାଳକ ପ୍ରଫୁଲ୍ଲ କୁମାର ଶିଅଳ,ଓଷ୍ଟା ର ରାଜ୍ୟ ସଂମ୍ପାଦକ ରମାକାନ୍ତ ମହାପାତ୍ର, ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର, ଓଷ୍ଟାର ପୂର୍ବତନ ବ୍ଲକ ସଂମ୍ପାଦକ ଦେବରାଜ ଚହଟରାୟ ପ୍ରମୁଖ ଯୋଗଦେଇ ଶିକ୍ଷା ଶିକ୍ଷକ ଏବଂ ଶିକ୍ଷାର ବିକାଶ ନିମନ୍ତେ ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିଶୁ ମହୋତ୍ସବ ରେ ଟାଗିଂ ଶିକ୍ଷାସର୍କଲ ୧୬ଟି ବିଦ୍ୟାଳୟ ୧୦୨ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରରେ ଅନୁଷ୍ଠିତ ଶିଶୁ ଉତ୍ସବରେ କୃତିତ୍ବ ଅର୍ଜନ କରିବା ପରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଜିଲ୍ଲା ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବରେ ଭାବନେବେ। ରାଜ୍ୟ ସ୍ତରରେ ଛାତ୍ରଛାତ୍ରୀ ମାନେ କୃତୀତ୍ୱ ଅର୍ଜନ କରିବା ପରେ ସେମାନଙ୍କୁ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ମାନପତ୍ର ଓ ଅର୍ଥ ରାଣି ଦେଇ ପୁରସ୍କୃତ କରାଯିବ।

ମୋ ଟିଭି ଓଡିଶା : ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।