January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

‘ଫେଙ୍ଗାଲ’ ତାଣ୍ଡବ: ତାମିଲନାଡୁରେ ୩ ମୃତ, ପୁଡୁଚେରୀରେ ବନ୍ୟା ପରିସ୍ଥିତି

ଲ୍ୟାଣ୍ଡଫଲ ପରେ ତାମିଲନାଡୁରେ ତାଣ୍ଡବ ରଚିଛି ବାତ୍ୟା ‘ଫେଙ୍ଗାଲ’ । ଗତକାଲି ପୁଡୁଚେରୀ କରାଇକାଲ ଓ ତାମିଲନାଡୁର ମହାବଳୀପୁରମ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା । ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏକା କ୍ରମଶଃ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ କହିଛି । ପ୍ରବଳ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ବନ୍ଧୀ ସମସ୍ୟା ଉପୁଜିଛି । ଏନଡିଆରଏଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ବାତ୍ୟା ପ୍ରଭାବରେ ପୁଡୁଚେରୀ ସର୍ବାଧିକ ୪୬ ସେମି ବର୍ଷା ରେକର୍ଡ କରାଯାଇଛି । ବାତତ୍ୟା ପରେ ପୁଡୁଚେରୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଆଡେ ଦେଖିଲେ ଖାଲି ପାଣି ହିଁ ପାଣି । ଭାରତୀୟ ଯବାନ ମାଧ୍ୟ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ବାଲାଚନ୍ଦ୍ରନ କହିଛନ୍ତି ଯେ. ବାତ୍ୟା ‘ଫେଙ୍ଗାଲ୍’ ଶନିବାର ସନ୍ଧ୍ୟା ୫. ୩୦ ସମୟରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଥିଲା । ରାତି ୧୦. ୩୦ ରୁ ୧୧. ୩୦ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିଲା । ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି ଉତ୍ତର ଉପକୂଳ ତାମିଲନାଡୁ ଏବଂ ପୁଡୁଚେରୀରରେ ଦୁର୍ବଳ ବାତ୍ୟାରେ ପରିଣତ ହେବ । ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାର ମେଲାମରେ ଶନିବାର ସକାଳ ୮. ୩୦ ରୁ ରବିବାର ସକାଳ ପର୍ଯ୍ୟନ୍ତ ୫୦ ସେମି ବର୍ଷା ହୋଇଥିବାବେଳେ ପୁଡୁଚେରୀରେ ୪୬ ସେମି ବର୍ଷା ରେକର୍ଡ କରାଯାଇଛି । ପୁଡୁଚେରୀରେ ଏହା ସର୍ବାଧିକ ବର୍ଷା | ଅକ୍ଟୋବର ୩୧, ୨୦୦୪ ରେ ଏଠାରେ ୨୧ ସେମି ବର୍ଷା ହୋଇଥିଲା ।

ବାତ୍ୟା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚେନ୍ନାଇରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୁଥିଆଲପେଟର ଏକ ଏଟିଏମ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉତ୍ତରପ୍ରଦେଶର ବାସିନ୍ଦା ଚନ୍ଦନଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି ।

ମୋ ଟିଭି ଓଡିଶା ବ୍ୟୁରୋ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।