MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡି ଠାରେ ଇକୋରିଟ୍ରିଟ ର ଉଦ୍ଘାଟନ ।


୫ ହଜାର ଟଙ୍କାରେ ପାଇବେ ପଞ୍ଚ ତାରକା ହୋଟେଲ ର ମଜା


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା (ସୁଶାନ୍ତ କୁମାର ସାହୁ) :


ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା ଦାରିଙ୍ଗବାଡ଼ି ଠାରେ ଚତୁର୍ଥ ଥର ପାଇଁ ଇକୋରିଟ୍ରିଟ ର ସୁଭାରମ୍ଭ ହୋଇଛି । ଏହାକୁ ଘୁ. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ ।

ଅତିଥି ଭାବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯୟନିର୍ବାହୀ ଅଧିକାରି ଶମ୍ଭୁନାଥ ନନ୍ଦୀ, ତହସିଲଦାର ଶରତ ଶବର, ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ବାଲିଗୁଡ଼ା ଉପ ଜିଲ୍ଲାପାଳ ଡା.ରୀନା ପ୍ରଧାନ, ଫୁଲବାଣୀ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ତହସିଲଦାର ଶରତ ଶବର, ବିଡିଓ ପ୍ରିତିରଞ୍ଜନ ରଥ, କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଇକୋ ରିଟ୍ରିଟର ମୂଲ୍ୟ ହ୍ରାସ ପାଇଥିବା ବେଳେ ୫ ହଜାର ଟଙ୍କାରେ ପଞ୍ଚ ତାରକା ହୋଟେଲର ମଜା ନେବେ ପର୍ଯ୍ୟଟକ । ୫ ହଜାର ଟଙ୍କାରେ ଖାଇବା ସହ ପର୍ଯ୍ୟଟନ ସ୍ଥଳୀ ବୁଲିବାର ବ୍ୟବସ୍ଥା ରହିଛି । ପୂର୍ବ ବର୍ଷ ସାଢେ ୯ ହଜାର ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୫ ହଜାର ଟଙ୍କା ରହିଛି । ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କୁହା ଯାଉଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରଚାର ପ୍ରସାର କରିବା ସହ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଦାରିଙ୍ଗବାଡି କୁ ୨୦୨୧ ଠାରୁ ଇକୋ ରିଟ୍ରିଟରେ ସାମିଲ କରିଥିଲେ । ଅନଲାଇନ ମାଧ୍ୟମରେ ଏହାର ବୁକ୍ କରାଯାଉଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଆଜି ଏହାର ଶୁଭ ଉଦ୍ଘାଟନ ହୋଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।