ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୦୨/୧୨/୨୪
ଆଜି ପୂର୍ବାହ୍ନ 10ଟା ସମୟରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା। ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରେ ଚିହ୍ନଟ ହୋଇଥିଲା।
ଘଟଣା ପ୍ରଚାର ହେବା ମାତ୍ରେ ସଦର ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ବିରେନ୍ଦ୍ରଙ୍କ ଘର ଠାରୁ ମାତ୍ର 3 ଶହ ମିଟର ଦୂରରେ ତାଙ୍କ ଶବ ପଡ଼ିଥିବା ଓ ତାଙ୍କ ଡ଼ାହାଣ ଆଖି ରକ୍ତାକ୍ତ ହୋଇଥିବା ସାଧାରଣରେ ସନ୍ଧେହ ସୃଷ୍ଟି କରିଛି। ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବିରେନ୍ଦ୍ରକୁ ଗତକାଲି ତାଙ୍କ ଟ୍ରାକ୍ଟର ମାଲିକଙ୍କ 4 ହଜାର ଟଙ୍କା ଦେଇଥିବା କଥା ଟ୍ରାକ୍ଟର ମାଲିକ ପୋଲିସ ନିକଟରେ କହିଛନ୍ତି ।
ତେବେ ବିରେନ୍ଦ୍ର ସହ ସୁନିଲ ନାଏକ ନାମକ ଜଣେ ବ୍ୟକ୍ତି ଥିବା କଥା ମୃତ ବିରେନ୍ଦ୍ରର ବାପା କହିଛନ୍ତି । ଅପରପକ୍ଷେ ସୁନିଲ ବିରେନ୍ଦ୍ରକୁ ଗତକାଲି ରାସ୍ତା କଡ଼ରେ ଛାଡିଥିବା କଥା କହିଛି। ଅପରପକ୍ଷେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ତେବେ ବିରେନ୍ଦ୍ରରଙ୍କ ଶବ ଠାରୁ ମାତ୍ର କେଇ ମିଟର ଦୂରରେ ଝାଡି ଭିତରେ ଏକ ବେଲଚା ମିଳିବା ଘଟଣା ଏହି ସନ୍ଧେହକୁ ଦ୍ଵିଗୁଣିତ କରିଛି। କେବଳ ଲୋକେ କାହିଁକି ଅନୁରୂପ ସନ୍ଦେହ ପୋଲିସ ମଧ୍ଯ କରୁଛି। ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ଅଧିକାରୀ ସସ୍ମିତା ଦେବତା କହିଛନ୍ତି ।
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।