MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦେଶ ସେବା ନିବୃତ ପରେ ଯବାନ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା।


କଳାହାଣ୍ଡି:୦୪/୧୨
ରିପୋର୍ଟ—-ସନତ ପ୍ରଧାନୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମ ର ସ୍ବର୍ଗତ ହୃଷିକେଶ ଦଳପତିଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ ସରକାରଙ୍କ ଆସାମ ରାଇଫଳ ରେ ସିଆରପିଏଫ ଯବାନ ଭାବେ ୨୦୦୪ ରେ ଯୋଗଦାନ କରିଥିଲେ। ଦେଶ ସେବା ରେ ଦିର୍ଘ ୨୦ ବର୍ଷ ନିଷ୍ଠା ଓ ତ୍ୟାଗ ର ସହ ରହି ନିଜର କର୍ତବ୍ୟ କରିବା ପରେ ଚାକିରୀ ଜୀବନ ରୁ ଅବ୍ୟାହତ ନେଇଛନ୍ତି। ମଙ୍ଗଳବାର ଦେଶସେବା ରୁ ନିବୃତ ହେବାପରେ ନିଜ ଭିଟାମାଟି କୁ ଫେଟିବା ପରେ ନିଜସ୍ୱ ଗ୍ରାମ ବଙ୍ଗୋମୁଣ୍ଡା ଠାରେ ଗ୍ରାମବାସୀ ମାନେ ବିର ଯବାନ ଙ୍କୁ ତ୍ରିରଙ୍ଗା ପତାକା ଦେଖାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଗ୍ରାମ ର ଆରାଧ୍ୟ ଦେବତା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବାଜାଗାଯା ବଜାଇ ନାଚଗୀତ ରେ ଯୁବକ ଯୁବତୀ ମାନେ ବିର ଯବାନ ଙ୍କୁ ଭାରତ ମାତା କି ଜୟ, ଜୟ ଯବାନ କହି ଗ୍ରାମ ରେ ଏକ ଭବ୍ୟ ଶୋଭାଯାତ୍ରାରେ ପରିକ୍ରମା ପୂର୍ବକ ଘର କୁ ପାଛୋଟି ନେଇଥିଲେ। ଯବାନ ଙ୍କ ମା ନିଜ ପୁଅ କୁ ପାଖରେ ପାଇ ଆତ୍ମହରା ହୋଇ ପଡ଼ିଥିବା ବେଳେ ସ୍ତ୍ରୀ, ଝିଅ ପୁଅ ମାନେ ବାପା ଙ୍କୁ ସଲାମୀ ଦେଇ ସ୍ୱାଗତ କରିଥିଲେ।

ସେବା ନିବୃତ ଯବାନ ଭୋଳାନାଥ ଆଗକୁ ନିଜ ଅଞ୍ଚଳ ପାଇଁ ସମାଜସେବୀ ଭାବେ କାର୍ଯ୍ୟ କରି ନିଜ ଜୀବନ କୁ ଅତିବାହିତ କରିବି ବୋଳି କହିଛନ୍ତି। ଦେଶସେବା ପାଇଁ ଗ୍ରାମ ର ଜଣେ ଯବାନ ଙ୍କୁ ଫେରିବା ପରେ ବଙ୍ଗୋମୁଣ୍ଡା ଗ୍ରାମବାସୀ ଙ୍କ ପକ୍ଷରୁ ଉତ୍ସବ ର ମାହୋଲ ଦେଖିବାକୁ ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।