January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଶୀଙ୍କ ମାରାଥନ ପ୍ରଚାର ।

କଳାହାଣ୍ଡି : (ମୋଟିଭି ଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି, ମୁଣ୍ଡଫଟା ପ୍ରବଳ ଖରାକୁ ଖାତିର ନକରି ଗାଁ ଗାଁରେ ଦିନ ରାତି ଜମୁଛି ପ୍ରାର୍ଥୀଙ୍କ ପ୍ରଚାର। ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତାଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ। ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକରେ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଶୀ ଦଲୀୟ ସମର୍ଥକଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। କୋକସରା ବ୍ଲକର ୨୨ ପଞ୍ଚାୟତରେ ଜାରି ରଖିଛନ୍ତି ମାରାଥନ ପ୍ରଚାର। ପ୍ରତିଦିନ ବିଭିନ୍ନ ଗ୍ରାମରେ ପହଞ୍ଚି କେନ୍ଦ୍ର ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା କୁ ନେଇ ପ୍ରଚାର କରୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ।

ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀଙ୍କୁ ବିଭିନ୍ନ ଗ୍ରାମ ରେ ମହିଳା ମାନେ ବନ୍ଧାପଣା କରି ଗ୍ରାମବାସୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଉଛନ୍ତି। ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ କେନ୍ଦ୍ର ମୋଦି ସରକାରଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଚାଷି ସମସ୍ୟା, ମଣ୍ଡି ରେ କଟନୀ ଛଟନି, ଗମନାଗମନ, ପିଡ଼ିଏସ ଦୁର୍ନୀତି , ଆଵାସ ଯୋଜନାରେ ଜାଲିଆତି କରି କେବଳ ଶସ୍ତା ରାଜନୀତି କରୁଛି ଓ ଆଜି ଜଣେ ତାମିଲ ହାତରେ ଓଡିଶାର ଅସ୍ମିତା କୁ ଟେକି ଦେଇ ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ କରିଛି। ଏଣୁ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଆସିଲେ ହିଁ ଓଡ଼ିଆ ତାର ଅସ୍ମିତା ଓ ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖି ପାରିବ ବୋଳି ବିଧାୟକ ପ୍ରାର୍ଥୀ ନିଜ ପ୍ରଚାରରେ କହୁଛନ୍ତି। ମୋଦି ସରକାରଙ୍କ ହାତ ମୁଠାକୁ ଟାଣ କରିବାକୁ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀନି ମାଲବିକା କେଶରୀ ଦେଓ ଓ ତାଙ୍କୁ ପଦ୍ମଫୁଲ ଚିଂହ୍ନରେ ଭୋଟ ଦେଇ ଆଶ୍ରିବାଦ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ତେବେ କିଛି ସ୍ଥାନରେ ସାଧାରଣ ଲୋକେ ନିଜ ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟା ପାନୀୟଜଳ, ରାସ୍ତା, ଆଵାସ ଯୋଜନା, ଚାଷି ସମସ୍ୟା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବ୍ଲକ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀରେ ଅନିୟମିତତା ହେଉଥିବା ଅଭିଯୋଗ କରୁଥିବା ବେଳେ ପ୍ରଚାରରେ ଆସିଥିବା ବିଧାୟକ ପ୍ରାର୍ଥୀ, ଲୋକଙ୍କ ଅଭିଯୋଗ ନିର୍ବାଚନ ରେ ଦଲୀୟ ସରକାର ଆସିଲେ ନିଶ୍ଚୟ ସମାଧାନ କରିବୁ ବୋଳି ପ୍ରତିଶୃତି ଦେଉଛନ୍ତି।

ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀଙ୍କ ସହ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଲ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ, ମଣ୍ଡଳ ସଭାପତି କୋକସରା ଦୁର୍ଗା ପ୍ରଧାନୀ, ମଣ୍ଡଳ ସମ୍ପାଦକ କୋକସରା ତ୍ରିନାଥ ଶବର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ଉପ ସଭାପତି ଗୋପାଳ ଅଗ୍ରୱାଲ, ଆମପାଣି ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ, ନରେନ୍ଦ୍ର ପ୍ରଧାନୀ, ହିମାଂଶୁ ପଣ୍ଡା, ସୁଶିଳ ପାଢ଼ୀ, ସମେତ ଦଲୀୟ କର୍ମକର୍ତ୍ତା ମାନେ ବିଧାୟକ ପ୍ରାର୍ଥୀଙ୍କ ସହ ପ୍ରଚାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି।

Latest news