January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖବର ପ୍ରସାରଣ ପରେ ସହଯୋଗ ହାତ ବଢ଼ାଇଲା କନ୍ଧମାଳ ସବୁଜ ବୈଦ ସଙ୍ଗଠନ ।


ଚିକିତ୍ସା ପାଇଁ ଯିବେ ବଡ଼ମେଡିକାଲ, ଉର୍ଣ୍ଣତି ଧରଣ ହେବ ଚିକିତ୍ସା

ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)


କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ପଡିକିଆ ସାହିରେ ରୁହନ୍ତି ରାସା ପ୍ରଧାନ(୫୭) ନିଜର ଛଅ ଜଣ ସନ୍ତାନ ସହିତ ପତ୍ନୀ ସିଣନ୍ତି ପ୍ରଧାନ ହେଲେ ରାସା ପ୍ରଧାନଙ୍କ ପାଞ୍ଚ ଜଣ ଝିଅ ହୋଇଥିବା ବେଳେ ଗୋଟିଏ ମାତ୍ର ପୁଅ ଉତ୍କଳ ପ୍ରଧାନ,୨୨ ବର୍ଷ ସେ ପାଞ୍ଚ ବର୍ଷ ବୟସରୁ ଅପସମାରୁ ରୋଗରେ ପୀଡିତ ଏମିତିକି ସ୍କୁଲ ରେ ନାମ ଲେଖା ହେଲା କିନ୍ତୁ ଦେହରେ ରୋଗ ଥିବା କାରଣରୁ ସ୍କୁଲ ଯିବା ବି ବନ୍ଦ ହୋଇଯାଇଥିଲା ସେବେ ଠାରୁ ଉତ୍କଳ ବଞ୍ଚିଛି ସତ କିନ୍ତୁ ଦେଶ ଦୁନିଆ ବିଷୟରେ କିଛିବି ଜାଣିନି ୨୨ ବର୍ଷର ଭେଣ୍ଡିଆ ପୁଅ ଏବେବି ସାତ ଆଠ ବର୍ଷ ପିଲା ପରି ଚଳୁଛି ,ସେପଟେ ବାପା ରାସା ପ୍ରଧାନ ପାଞ୍ଚ ବର୍ଷ ହେବ ବାତ ରୋଗରେ ପୀଡିତ ପରିବାର ରୋଜୋଗାର କ୍ଷମ ଥିଲେ ରାସା
ରୋଗରେ ପଡିବା ଦିନ ଠାରୁ ନା ସେଠିକସେ ଚାଲି ପାରୁଛନ୍ତି ନା କୌଣସି କାମ ଘର ଦୁଆରେ ବସି ସୋଇ ବିତୁଛି ଜୀବନ ଛଅ ଗୋଟି ଛୁଆଙ୍କ ମଧ୍ୟରୁ ଦୁଇଗୋଟି ଝିଅ ବିବାହ କରି ସାରିଥିବା ବେଳେ ଏବେ ରହୁଛନ୍ତି ପରିବାରରେ ଛଅ ଜଣ ସଦଶ୍ୟ ହେଲେ ସମସ୍ତର ରାସନ କର୍ଡ଼ ଥିବାରୁ ମାସକୁ ୩୦ କେଜି ଚାଉଳ ମିଳି ଯାଉଛି ହେଲେ ଚଳିବା ପାଇଁ ରୋଜଗାର କରିବା ପାଇଁ କେହି ନାହାନ୍ତି ପତ୍ନୀ ସିଣନ୍ତି ପ୍ରଧାନ ପର ଦୁଆରେ ମୂଲ ଲାଗି ଯେତିକି ରୋଜଗାର କରନ୍ତି ସ୍ୱାମୀ, ପୁଅ ର ମାସିକ ମେଡ଼ିସିନ ଖର୍ଚ୍ଚ ପାଇଁ ହେଉନି ଏଭଳି ପରିସ୍ଥିରେ ବଞ୍ଚୁଛନ୍ତି ରାସା ର ପରିବାର ଘରେ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ ବାରମ୍ବାର ପଞ୍ଚାୟତ, ବ୍ଲକ କୁ ଦୌଡ଼ି ଦୌଡ଼ି ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ପାରିଲାନି ।ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ ଏବେ ଚିକିତ୍ସା ପାଇଁ ସହଯୋଗ ର ହାତ ବଢ଼ାଇଛି କନ୍ଧମାଳ ସବୁଜ ବୈଦସଙ୍ଗଠନ ।ଏବେ ଗ୍ରାମବାସୀ ବିଶ୍ଵାସ ରଖିଛନ୍ତି ବାପ ପୁଅ ଭଲ ହୋଇ ଘରକୁ ଫେରିବେ ।

Latest news