କଳାହାଣ୍ଡି:୦୨/୦୫ : (ମୋଟିଭି ଓଡିଶା ) କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଗତ କିଛିଦିନ ତଳେ ଡୁଡୁକାଠେଙ୍ଗା ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିବଙ୍ଗତ ମହାଦେବ ବାଗ ବିଏଲଓ ଡ୍ୟୁଟି ସାରି ଘର କୁ ଫେରିବା ପରେ ଗୁରୁତର ହୋଇପଡ଼ିଥିଲେ, ପରେ କୋକସରା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁରୁବାର ମୃତ ଶିକ୍ଷକଙ୍କ ଦଶାହ କାର୍ଯ୍ୟରେ କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘର ସଭାପତି ଗଗନ ବିହାରୀ ପଟ୍ଟନାୟକ, ସମ୍ପାଦକ ଦେବିସିଂ ମାଝୀ, କୋଷାଧ୍ୟକ୍ଷ ଈଶ୍ୱରୀ ପ୍ରସାଦ ଅଗସ୍ତି, ରଞ୍ଜିତ କୁମାର ଖମାରି, ପ୍ରସନ୍ନ ନାଏକ, ମାର ଗୁଣିଆ ନାଗ, ଥବିର ପ୍ରସାଦ ବାଣୁଆ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତାପ ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ରାଶି ତାଙ୍କ ବିଧବା ପତ୍ନୀଙ୍କୁ ପ୍ରଦାନ କରିଥିଲେ।
ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ମୃତ ଶିକ୍ଷକଙ୍କ ପରିବାରକୁ ସମବେଦନା ଓ ସହାୟତା ପ୍ରଦାନ।

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ