ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ ।
ଅଙ୍ଗନବାଡ଼ି କର୍ମୀଙ୍କୁ କାରଣ ଦର୍ଶାଓ ନୋଟିସ ପଠାଇଛନ୍ତି ସିଡ଼ିପିଓ।
ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ଅନ୍ତର୍ଗତ ଗନାଡ଼ିକାମ୍ବା ଅଙ୍ଗନବାଡ଼ି କର୍ମୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଙ୍ଗନବାଡ଼ି କେନ୍ଦ୍ର ୩ ମାସ ହେବ ବନ୍ଦ ରହିଛି । ଯାହାରି ଫଳରେ ପିଲାଙ୍କ ପୃଷ୍ଟିକର ଖାଦ୍ୟ ସହ ଶିକ୍ଷା ବନ୍ଦ ରହିଛି । ଏନେଇ ଗ୍ରାମବାସୀ ଦାରିଙ୍ଗବାଡି ସିଡିପିଓ, ବିଡ଼ିଓ ଓ ଉପ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବା ଯୋଗୁଁ ଗତ ୨୯ ତାରିଖ ଦିନ ଠାରୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଛନ୍ତି ଗ୍ରାମବାସୀ । ପିଲା ଙ୍କ ବାବଦ କୁ ଆସିଥିବା ଖାଦ୍ୟ ପିଲାଙ୍କୁ ଦିଆ ଯାଇନଥିବା ଯୋଗୁଁ ଖାଦ୍ୟ ରେ ପୋକ ସାଲୁବାଲୁ ହେବା ସହ ପିଲାଙ୍କ ପାଇଁ ଆସିଥିବା ସୁଏଟର ଓ ଜୋତା ଦିଆ ଯାଇନଥିବା ବେଳେ ତାହା ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ି ରହିଛି । ଏନେଇ ଅଙ୍ଗନବାଡ଼ି କର୍ମୀ ସୁଲୋଚନା ପ୍ରଧାନ ଙ୍କୁ ପଚାରି ବାରୁ ସେ କହିଲେ ଆମର ସ୍ବାମୀ ସ୍ତ୍ରୀ କଳହ ପାଇଁ ମୁଁ ମୋ ବାପ ଘରକୁ ଦେଢ଼ ମାସ ହେବ ଯାଇଥିଲି । ଏଣୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି । କିଛି ଖାଦ୍ୟ ବଣ୍ଟା ଯାଇଥିବା ବେଳେ ଆଉ କିଛି ରହି ଯାଇଛି ସେଭଳି ଭାବେ ଡ୍ରେସ୍ ବି କିଛି ଦିଆ ଯାଇଥିବା ବେଳେ ଆଉ କିଛି ରହି ଯାଇଛି ବୋଲି କହିଥିଲେ । ଏ ନେଇ ସିଡ଼ିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ଅବଗତ ଥିବା ସହିତ ଦୁଇ ଥର ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ କାରଣ ଦର୍ଶାଓ ନୋଟିସ ପଠାଇଛନ୍ତି କୌଣସି ଉତ୍ତର ସେ ତାଙ୍କୁ ଦେଇ ନାହାଁନ୍ତି ଆଉ ଗୋଟିଏ ନୋଟିସ ପରେ ତାଙ୍କ ବିରୋଧରେ ଉପ ଜିଲ୍ଲାପାଳଙ୍କୁ ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।