MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧୀ ରାୟଗଡ଼ା ଆସୁଛନ୍ତି।

ରାୟଗଡ଼ା: (ମୋଟିଭି ଓଡିଶା ) ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଆଜି ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧୀ ରାୟଗଡ଼ା ଆସୁଛନ୍ତି। ସପ୍ତାହକ ମଧ୍ୟରେ ଏହା ରାହୁଲଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ। ଏହା ପୂର୍ବରୁ ସେ କଟକର ସାଲେପୁରକୁ ଗତ ୨୮ ତାରିଖରେ ଆସିଥିଲେ। ରାହୁଲ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବିଶାଖାପାଟଣାରୁ ରାୟଗଡ଼ା ଆସିବେ।

ମଧ୍ୟାହ୍ନ ୧୨ଟା ବେଳେ ରାୟଗଡ଼ା ବାରିଝୋଲା ଜିଆଇଏସିଆର ନିକଟସ୍ଥ ପଡ଼ିଆରେ ପହଞ୍ଚିବେ। ସେଠାରେ ରାହୁଲ ନ୍ୟାୟ ସମାବେଶରେ ସାଢେ ୧ଟା ଯାଏଁ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା କଂଗ୍ରେସ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ ଲୋକ ସମାଗମ ହେବ ବୋଲି କୋରାପୁଟ ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲାର କଂଗ୍ରେସ କର୍ମୀ ଓ ନେତା ଯୋଗ ଦେବେ। ଗତ ୨୦୧୯ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ କେବଳ ଜୟପୁର ବିଧାନସଭା ଆସନ କଂଗ୍ରେସ ଜିତିଥିବା ବେଳେ କୋରାପୁଟ ଲୋକସଭା ଆସନ ମଧ୍ୟ କଂଗ୍ରେସ ଖାତାକୁ ଆସିଥିଲା।

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଜିଲାକୁ ପୁଣି ଥରେ ନଜରରେ ରଖିଛି। ରାହୁଲଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ। ସାଧାରଣ ସଭାରେ ତେଲଙ୍ଗାନାର ଉପ-ମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କ, ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ରବୀନ୍ଦ୍ର ଡାଲଭି, ଏଆଇସିସିର ସମ୍ପାଦକ ଶାହାନବାଜ ଚୌଧୁରୀ ଚୌଧୁରୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ବୋଲି କୁହାଯାଉଛି। ଏଥିରେ କଂଗ୍ରେସ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।