ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତରେ ପୋଲିସ ର ବଡ ଧରଣର ରେଡ । ବାଦପଲ୍ଲୀ ପଞ୍ଚାୟତର ୭ ଗାଁରେ ଚଢ଼ାଉ ।

ଭାଙ୍ଗିଲେ ବ୍ୟାପକ ଦେଶୀମଦ ଭାଟି, ହଜାର ହଜାର ପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ମଦ ରନ୍ଧା ଡେକ୍ଚି, ପ୍ଲାଷ୍ଟିକ ଡ୍ରମ, ମଦ ବ୍ୟାରେଲ ଓ ଦେଶୀମଦ ପ୍ୟାକେଟ ଜବତ କରିଛନ୍ତି ।

ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୫ ଟା ସମୟରେ ୨ ଜଣ ଅତିରିକ୍ତ ଏସପି ୨୦ ଜଣ ଆଇଆଇସି ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ବାଦପଲ୍ଲୀ ପଞ୍ଚାୟତ ର ନୂଆଁପଲ୍ଲୀ, ଦେବୀଝର, ଗୁଣ୍ଡୁରିପଲ୍ଲୀ, କମାରସିଙ୍ଗି, ମରେଇ ନୂଆଁ ଗାଁ ଓ ବାଦପଲ୍ଲୀ ଗ୍ରାମରେ ଚଢ଼ାଉ କରି ବ୍ୟାପକ ଦେଶୀମଦ ଭାଟି ଭାଙ୍ଗିବା ସହ ହଜାର ହଜାର ପୋଚ ନଷ୍ଟ କରିଛନ୍ତି ଏବଂ ବିପୁଳ ପରିମାଣର ମଦ ରନ୍ଧା ଡେକ୍ଚି, ପ୍ଲାଷ୍ଟିକ ଡ୍ରମ, ମଦ ବ୍ୟାରେଲ ଓ ଦେଶୀମଦ ପ୍ୟାକେଟ ଜବତ କରିଛନ୍ତି । ଏ ସଂକ୍ରାନ୍ତରେ ୨୦ ଜଣ ଙ୍କୁ ଗିରଫ କରାଯାଇଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।