ଖୋରଧା ଜିଲ୍ଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ଟାଙ୍ଗି ରେଞ୍ଜ କାର୍ଯ୍ୟାଳୟ କୌଣସି ସୂତ୍ରରୁ ଖବର ପାଇ ବାଲିନାସି ଅଂଚଳ ରଘୁରାୟ ଘେରି ନିକଟରୁ ଅଚାନକ ଚଢ଼ାଉ କରି ଘଟଣା ସ୍ଥଳରୁ ୨୯ମୃତ ବିଦେଶୀ ପକ୍ଷୀ ସହ ଜଣେ ଶିକାରୀଙ୍କୁ କାବୁକରିଥିଲେ। ଶିକାରୀ ଜଣକ ଟାଙ୍ଗି ଥାନା ଅନ୍ତର୍ଗତ ଉଜ୍ଜୂଳାଗୋପିନାଥପୁର ଗ୍ରାମର ଆଲୋକ ପ୍ରଧାନ, ବୟସ ୨୮ବର୍ଷ ।
ଶିକାରୀ ଠାରୁ ଗୋଟାଏ ମୋବାଇଲ୍ ଫୋନ, ମଟରସାଇକେଲ, ବାଇନୋକୁଲାର ସହ ୨୯ଗୋଟି ମୃତ ପକ୍ଷୀ ଜବତ୍ ହୋଇଛି। ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅମ୍ଳାନ ନାୟକ ସୁଚନା ଦେଇଛନ୍ତି ।
ମୋ ଟିଭି ଓଡିଶା, ଟାଙ୍ଗୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।