January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ ) ୧୭/୧୨/୨୪:

ସ୍ଥାନୀୟ ମାଦ୍ରୀ କାଲୋ ଭବନ ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର , ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଂଜନ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ କାର୍ଯ୍ୟକ୍ରମ ଆୟୋଜନ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରିବା ସହିତ ଯାନ୍ତ୍ରୀକରଣ ର ଆବଶ୍ୟକତା, ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ର ଉପଯୋଗ କରି ଚାଷୀମାନଙ୍କ ମୁଁହ ରେ କିଭଳି ହସ ଫୁଟିବ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାରେ କିଭଳି ଉନ୍ନତି ଘଟିବ ସେନେଇ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ କୃଷି ଓ ଆନୁଷଙ୍ଗିକ ବିଭାଗ ଗୁଡ଼ିକ ର ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। କୃଷକ ସଶକ୍ତିକରଣ ନିମନ୍ତେ ସରକାରଙ୍କ ବହୁତ ଗୁଡ଼ିଏ ଯୋଜନା ରହିଛି, ସେହିଭଳି ଜୀବିକା ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଦି ମଧ୍ୟ ରହିଛି, ସେହି ଯୋଜନା , କାର୍ଯ୍ୟକ୍ରମ ଆଦି ରେ ସାମିଲ ହୋଇ ଚାଷୀ ମାନେ ଲାଭବାନ ହୋଇ ପାରିବେ ଏବଂ ତାହା ତାଙ୍କ ଜୀବନ ଧାରଣର ମନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

ଚାଷ କ୍ଷେତ୍ର ରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଚାଷ ସହିତ ଚାଷୀଙ୍କୁ କିଭଳି ଆଗକୁ ବଢ଼ାଇବା, ଚାଷୀ ବନ୍ଧୁ ମାନଙ୍କୁ ସହଯୋଗ କରିବା, ଚାଷୀ ମାନେ କିଭଳି ସରକାର ଙ୍କ ସବୁ ଯୋଜନା ରେ ସାମିଲ ହୋଇ ଶୁଭ ଲାଭ ପାଇବେ ଆଦି ଉପରେ କାର୍ଯ୍ୟକ୍ରମ ରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିପରି ଏହି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଯୋଗ ଦ୍ଵାରା କୃଷକ ଙ୍କ ସମୟ,ଶ୍ରମ, ଅର୍ଥ ମଧ୍ୟ ଅପଚୟ ନହେବା ସହିତ ତାଙ୍କର ଆୟ କୁ ଦ୍ଵିଗୁଣିତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

କୃଷି ଓ କୃଷକଙ୍କର ବିକାଶ ନିମନ୍ତେ ଆୟୋଜିତ ହୋଇଥିବା ଏହି ମେଳା ୫ ଦିନ ଧରି ଚାଲିବ। ଏଠାରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲ ମାନ କରାଯାଇଛି। ଅତିଥି ମାନେ ସମସ୍ତ ଷ୍ଟଲ ବୁଲି ଦେଖିବା ସହିତ ମେଳା ରେ ସ୍ଥାନିତ ହୋଇଥିବା ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ର ବ୍ୟବହାର, ପରିଚାଳନା ମଧ୍ୟ ଦେଖିଥିଲେ। ଏହା ସହିତ ଡ୍ରୋନ ଦିଦି ଙ୍କ ଦ୍ଵାରା ଡ୍ରୋନ ମାଧ୍ୟମରେ କୃଷି କ୍ଷେତ୍ର ରେ ସାର ପ୍ରୟୋଗ କୁ ମଧ୍ୟ ଦେଖିଥିଲେ। ମେଳା ରେ ବହୁ ଉନ୍ନତ ଧରଣର ବିଭିନ୍ନ କୃଷି ଯନ୍ତ୍ରପାତି ଯଥା ଟ୍ରାକ୍ଟର, ଘାସ ବଛା ଯନ୍ତ୍ର, ସାଇକେଲ ଘାସ ବଛା ଯନ୍ତ୍ର, ଧାନ ସଫା କରିବା ଯନ୍ତ୍ର, ଲୁହା ଲଙ୍ଗଳ, ବିଭିନ୍ନ ମଞ୍ଜି ରୁଆ ଯନ୍ତ୍ର, ଧାନ ଅମଳ ଓ ସଫା କରିବା ଯନ୍ତ୍ର, ଧାନ ବିଶୋଧନ ଯନ୍ତ୍ର ଇତ୍ୟାଦି ରହିଛି। ଏହି ଅବସର ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବିଭିନ୍ନ ସାଂସ୍କୃତିକ ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।