January 22, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜେପିସିରେ ପ୍ରିୟଙ୍କା, ଭର୍ତୃହରି, ସମ୍ବିତ

ଲୋକସଭାରେ ଆଗତ ପରେ ଜେପିସିକୁ ଯାଇଛି ଏକ ଦେଶ, ଏକ ନିର୍ବାଚନ ବିଲ୍। ଏହି ବିଲ୍ ଉପରେ ଆଲୋଚନା ପାଇଁ ଗଠନ ହୋଇଛି ୩୧ ଜଣିଆ କମିଟି। ଲୋକସଭାରୁ ୨୧ ଜଣ ଓ ରାଜ୍ୟସଭାରୁ ୧୦ ଜଣ ସାଂସଦଙ୍କୁ ନେଇ ଏହି ଜେପିସି ଗଠନ କରାଯାଇଛି। ବିଲ ଉପରେ ଜେପିସିରେ ବିସ୍ତୃତ ଆଲୋଚନା କରାଯିବ। ଏହାପରେ ଏହି ସମ୍ବିଧାନ ସଂଶୋଧନ ବିଲ ପୁଣି ଲୋକସଭାରେ ଉପସ୍ଥାପନ କରାଯିବ। କମିଟିରେ ସ୍ଥାନ ପାଇଛନ୍ତି ପ୍ରଥମ ଥର ପାଇଁ ସାଂସଦ ହୋଇଥିବା କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଏବଂ ଓଡ଼ିଶାର ୨ ସାଂସଦ ପୁରୀ ଲୋକସଭା ଆସନରୁ ପ୍ରଥମଥର ଜିତିଥିବା ସମ୍ବିତ ପାତ୍ର ମଧ୍ୟ ଜେପିସିରେ ରହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶି କଟକ ଲୋକସଭାରୁ ବିଜୟୀ ହୋଇଥିବା ଭେଟରାନ ରାଜନେତା ଭର୍ତ୍ତୃହରି ମହତାବ।

ଲୋକସଭାର ୨୧ ସାଂସଦଙ୍କ ମଧ୍ୟରେ କମିଟିର ଅଧ୍ୟକ୍ଷ ଶ୍ରୀ ଚୌଧୁରୀଙ୍କୁ ମିଶାଇ ବିଜେପିର ସର୍ବାଧିକ ୧୦ ଜଣ ସାଂସଦ ରହିଛନ୍ତି। କଂଗ୍ରେସରୁ ୩ ଜଣ, ସମାଜବାଦୀ ପାର୍ଟି, ଟିଏମସି, ଡିଏମେକ, ଟିଡିପି, ଏନସିପି(ଶରଦ ପାୱାର), ଶିବସେନା(ସିନ୍ଦେ ଗ୍ରୁପ), ଆରଏଲଡି ଓ ଜନସେନା ପାର୍ଟିରୁ ଜଣେ ଲେଖାଏ ସାଂସଦ ଜେପିସିରେ ରହିଛନ୍ତି। ତେବେ ରାଜ୍ୟସଭାରୁ ଜେପିସିରେ ରହିଥିବା ୧୦ ଜଣ ସାଂସଦଙ୍କ ନାଁ ଜଣାପଡ଼ିନାହିଁ।
ଜେପିସିରେ ଥିବା ଲୋକସଭା ସାଂସଦ
୧- ପିପି ଚୌଧୁରୀ(ବିଜେପି)
୨- ସିଏମ ରମେଶ(ବିଜେପି)
୩- ବାଂସୁରୀ ସ୍ୱରାଜ(ବିଜେପି)
୪- ପୁରୁଷୋତ୍ତମ ରୂପାଲା(ବିଜେପି)
୫- ଅନୁରାଗ ଠାକୁର(ବିଜେପି)
୬- ବିଷ୍ଣୁ ଦୟାଲ ରାମ(ବିଜେପି)
୭- ଭର୍ତ୍ତୃହରି ମହତାବ(ବିଜେପି)
୮- ସମ୍ବିତ ପାତ୍ର(ବିଜେପି)
୯- ଅନୀଲ ବାଲଉନି(ବିଜେପି)
୧୦- ବିଷ୍ଣୁ ଦତ୍ତ ଶର୍ମା(ବିଜେପି)
୧୧- ପ୍ରିୟଙ୍କା ଗାନ୍ଧି ଭଦ୍ରା(କଂଗ୍ରେସ)
୧୨- ମନୀଷ ତିୱାରୀ(କଂଗ୍ରେସ)
୧୩- ସୁଖଦେଓ ଭଗତ(କଂଗ୍ରେସ)
୧୪- ଧର୍ମେନ୍ଦ୍ର ଯାଦବ(ସମାଜବାଦୀ ପାର୍ଟି)
୧୫- କଲ୍ୟାଣ ବାନାର୍ଜୀ(ଟିଏମସି)
୧୬- ଟିଏମ ସେଲଭାଗଣପତି(ଡିଏମକେ)
୧୭- ଜିଏମ ହରିଶ ବାଳଯୋଗୀ(ଟିଡିପି)
୧୮- ସୁପ୍ରିୟା ସୁଲେ(ଏନସିପି ଶରଦ ପାୱାର)
୧୯- ଶ୍ରୀକାନ୍ତ ସିନ୍ଦେ(ଶିବସେନା)
୨୦- ଚନ୍ଦନ ଚୌହାନ(ଆରଏଲଡି)
୨୧- ବି ବଲ୍ଲଭନେନି(ଜନସେନା ପାର୍ଟି)
ଜେପିସି ଏ ଦିଗରେ ଆଲୋଚନା କରିବା ପରେ, ୯୦ ଦିନ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବ । 

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news