MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମହୁମାଛି ଆକ୍ରମଣ



ମୋଟିଭି : ଜଳେଶ୍ବର – ମଶାଶି କୁ ଶବଦାହ କରିବାକୁ ଆସିଥିବା ବେଳେ ଆକ୍ରମଣ କଲା ମହୁମାଛି l ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ମହୁମାଛି ଆକ୍ରମଣରେ ଅନେକ ଆହତ ହୋଇଛନ୍ତି l

ଯାହା ଫଳରେ ଭୟରେ ଶବ ଛାଡି ପଳାଇଲେ ସମ୍ପର୍କୀୟ l ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା  l ସୂଚନା ଅନୁଯାୟୀ ଡେମ୍ବୁରିଆ ଗ୍ରାମର ଅନନ୍ତ ଜେନାଙ୍କ ମୃତ୍ଯୁ ପରେ ଆଜି ସକାଳେ ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଂଇ ଗାଂଆ ମୁଣ୍ତରେ ଥିବା ମଶାଣିକୁ ନେଇ ଯାଇ ଥିଲେ, ମାତ୍ର ମଶାଣି ପହଞ୍ଚିବା କ୍ଷଣି ହଜାର ହଜାର ସଂଖ୍ଯାରେ ମହୁମାଛି ସମସ୍ତଙ୍କୁ ଗୋଡାଇ ଗୋଡାଇ କାମୁଡିବା ଆରମ୍ଭ କରିଥିଲେ l ଯାହା ଫଳରେ ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି l ଏନେଇ ଗ୍ରାମବାସୀ ମାନେ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଗୁରୁତରଙ୍କୁ ଆମ୍ବୁଲାନ୍ସ ସାହାଯ୍ଯରେ ହସପିଟାଲକୁ ସ୍ଥାନାନ୍ତର କରା ଯାଇଛି l ତେବେ ମହୂମାଛି ଆକ୍ରମଣ ଭୟରେ ମଶାଣିରେ ଶବ ଛାଡି ପରିବାର ଲୋକେ ପଳାଇ ଯାଇଛନ୍ତି !

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।