ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରପ୍ରଦେଶ ସମୁଦ୍ର ମଧ୍ୟରେ ଏହା କେନ୍ଦ୍ରୀଭୂତ ଅଛି । ଗତ 6 ଘଣ୍ଟା ମଧ୍ୟରେ ଏହା ଉତ୍ତର-ପୂର୍ବ ଦିଗକୁ 5 କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଠାରୁ 610 କିଲୋମିଟର ଦୂରରେ ଏହା ଘନିଭୂତ ହୋଇଥିବା ବେଳେ ଚେନ୍ନାଇର ପୂର୍ବ-ଉତ୍ତର-ପୂର୍ବରେ ପ୍ରାୟ 390 କିଲୋମିଟର, ବିଶାଖାପାଟଣାରୁ 430 ଦୂରରେ ଘନିଭୂତ ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ-IMD ପକ୍ଷରୁ ସୂଚନା ଦିଆଯାଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ବର୍ଷା । ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ମଧ୍ୟ ଆକଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିବ। ଆଜି ଉପକୂଳ ଅଞ୍ଚଳ ସହ ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ କିନ୍ତୁ ପାଗ କୋହଲା ରହିବ । ବର୍ଷା ଛାଡ଼ିଲା ପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିପାରେ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କତା ଦିଆଯାଇନାହିଁ ।
ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହୋଇଥିବାରୁ ଚାଷୀ ଧାନ ଚାଷକୁ ସୁରକ୍ଷା ଦେବା ଚିନ୍ତାରେ । ବିଲରେ ରହିଛି ପାଚିଲା ଧାନ, ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା, କିନ୍ତୁ ଏହି ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଗୁଡିକ ବର୍ଷା ଯୋଗୁ ସହିତ ଗଜା ହୋଇଯିବାର ସମ୍ଭାବନା ଥିବା ଚାଷୀମାନେ କହିଛନ୍ତି । କେହି କେହି ଚାଷୀ ପାଚିଲା ଧାନକୁ ଖଳାକୁ ଆଣି ବର୍ଷା ଧାଉରୁ ରକ୍ଷା ପାଇଁ ଖଳାରେ ଘୋଡାଇ ରଖିଛନ୍ତି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।