ବାଲିଗୁଡ଼ା: (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା ।
ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାହାର ର ମଧ୍ୟ ଅଧିକାଂଶ ଭାଗ ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଦୀର୍ଘ ୪ମାସ ହେବ ଘରୋଇ ଯାତ୍ରୀ ବାହୀ ବସ କ୍ରିଷ୍ଣା ନଂ. ଓଆର-୧୮-ବି-୧୦୩୪ ଟି ରୁଟରେ ନଯାଇ ପଣସପଡି ଯିବା ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା । ତେବେ ଦୀର୍ଘ ଦିନ ଧରି ରାସ୍ତା କଡରେ ଠିଆ ହୋଇଥିବା ବସରେ କିଭଳି ନିଆଁ ଲାଗିଲା ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।