January 9, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଙ୍ଗଲ ସୃଷ୍ଟି କରିବାରେ ତୃତୀୟରେ ଓଡ଼ିଶା ।

୨୦୨୧ରୁ ୨୦୨୩ ମଧ୍ୟରେ ଜଙ୍ଗଲ ବୃଦ୍ଧି କରିବାରେ ସାରା ଭାରତରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ୩ ବର୍ଷ ମଧ୍ୟରେ ଭାରତର ୧,୪୪୫ ବର୍ଗ କି.ମି. ଅଞ୍ଚଳରେ ଜଙ୍ଗଲ ବଢ଼ିଛି । ଯାହାକି ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭ପ୍ରତିଶତ। ୧,୪୪୫ ବର୍ଗ କି.ମି. ମଧ୍ୟରୁ କେବଳ ଓଡ଼ିଶା ୫୫୯ ବର୍ଗ କି.ମି. ଅଞ୍ଚଳରେ ଓଡ଼ିଶାର ଜଙ୍ଗଲ ବୃଦ୍ଧି ପାଇଛି। ଛତିଶଗଡ଼ ଓ ଉତ୍ତରପ୍ରଦେଶ ପରେ ଜଙ୍ଗଲ ବୃଦ୍ଧିରେ ଓଡ଼ିଶା ହେଉଛି ତୃତୀୟ ରାଜ୍ୟ।

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ (ଆଇଏସ୍‌ଏଫ୍‌ଆର୍‌)୨୦୨୩ରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ଭାରତର ୩୩% ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ହୋଇ ରହିବା ନେଇ ଜାତୀୟ ଜଙ୍ଗଲ ନୀତି-୧୯୮୮ରେ ଲକ୍ଷ୍ୟ ରଖାଯାଇଥିଲା।
ଏହି ରିପୋର୍ଟ ଅନୁସାରେ ୨୦୨୩ରେ ଦେଶର ମୋଟ ଜଙ୍ଗଲ ପରିମାଣ ୭,୧୫,୩୪୩ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି, ଯାହାକି ମୋଟ ଭୌଗୋଳିକ ଅଞ୍ଚଳର ୨୧.୭୬ ପ୍ରତିଶତ। ବୃକ୍ଷଲତା ପରିପୂର୍ଣ୍ଣ ଅଞ୍ଚଳ ୧,୨୮୯ ବର୍ଗ କିଲୋମିଟର ବୃଦ୍ଧି ପାଇଛି, ଯାହା ମୋଟ ଭୌଗୋଳିକ ଅଞ୍ଚଳର ୩.୪୧ ପ୍ରତିଶତ। ଅର୍ଥାତ୍‌ ମୋଟ ଜଙ୍ଗଲ ଏବଂ ଗଛଲତା ପରିପୂର୍ଣ୍ଣ ଅଞ୍ଚଳ ମିଶି ୮,୨୭,୩୫୭ ବର୍ଗ କିଲୋମିଟର ହୋଇଛି, ଯାହାକି ଭାରତର ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news