ଖୁବଶୀଘ୍ର ଏକ ବଡ଼ ମିଶନକୁ ସଫଳ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ । ଭାରତୀୟ ଅନ୍ତରୀକ୍ଷରେ ଷ୍ଟେସନ ସ୍ଥାପନ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭାରତ । ପରୀକ୍ଷାମୂଳକ ଇନ-ସ୍ପେସ୍ ଡକିଂ ପାଇଁ ଉତକ୍ଷେପଣ ଅପେକ୍ଷାରେ ସାଟେଲାଇଟ୍। ଏଥିପାଇଁ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ସାଟେଲାଇଟର ପ୍ରଥମ ଝଲକ ଦେଖାଇଛି ଭାରତୀୟ ମହାକାଶ ଗବେଷଣ ସଂସ୍ଥା । ପ୍ରଥମ ଥର ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରର ଲଞ୍ଚ୍ ପ୍ୟାଡରୁ ସାମନାକୁ ଆସିଲା ସାଟେଲାଇଟର ଚିତ୍ର।
ପହଞ୍ଚି ସାରିଛି ସ୍ପେଡେକ୍ସ ମିଶନ ଲାଗି PSLV-C60 ରକେଟ୍। ମହାକାଶ ଯାନ ନିର୍ମାଣ ବି ସରିଛି। PSLV-C60 ରକେଟରେ ୨୨୦ କେଜି ବିଶିଷ୍ଟ ୨ଟି ସ୍ପେସକ୍ରାଫ୍ଟକୁ ଉତକ୍ଷେପଣ କରିବ ଇସ୍ରୋ। ମହାକାଶରେ ଦୁଇ ସ୍ପେସ୍ କ୍ରାଫ୍ଟକୁ ଯୋଡ଼ାଯିବ। ଭାରତର ମହାକାଶ ମିଶନରେ ଏହି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆଗାମୀ ମୁନ୍ ମିଶନ, ଚନ୍ଦ୍ରରୁ ନମୁନା ଆଣିବା ସହ ସ୍ପେସ୍ ଷ୍ଟେସନ ନିର୍ମାଣ ଓ ଏହାର ସଞ୍ଚାଳନ ପାଇଁ ଏହି ପରୀକ୍ଷଣ ସହାୟକ ହେବ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।