ପୁରୀରେ ଏବେ ସ୍କ୍ରବ ଟାଇଫସ୍ ରୋଗ ର ଲକ୍ଷଣ ଦେଖାଦେଇଛି। ବେସରକାରୀ ଡାକ୍ତରଖାନାରେ ୩ ରୁ ଅଧିକ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି । ୨୦୨୩ ମସିହାରେ ବରଗଡ ଏବଂ ସମ୍ବଲପୁରରେ ସ୍କ୍ରବ ଟାଇଫସ୍ ରୋଗ ସଂକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ଶହେରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।ସୋନପୁର,କଳାହାଣ୍ଡି, ବଲାଙ୍ଗୀର ଏବଂ ସମ୍ବଲପୁରରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ଏହା ଏକ ବ୍ୟାକ୍ଟେରିଆ ବା ଜୀବାଣୁ ଜନିତ ସଂକ୍ରମଣ । ଏହା ହେଲେ ଥଣ୍ଡା ହେବାପରି ଲକ୍ଷଣ ଦେଖା ଦେଇଥାଏ । ଅଧିକ ସଂକ୍ରମଣ ହେଲେ ପ୍ରବଳ ମୁଣ୍ଡ ଦରଜ ହେବା ସହ ସହ ଅନ୍ୟ ଲକ୍ଷଣ ଦେଖା ଯାଏ । ଚର୍ମରେ ନାଲି ଦାଗ ଦେଖା ଦେଇ ପାରେ, ଏପରି ମଧ୍ୟ ଭୀଷଣ ଜ୍ୱର ପରି ଲକ୍ଷଣ ଦେଖା ଦେଇଥାଏ।
ମୋ ଟିଭି ଓଡିଶା, ପୁରୀ
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।