February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଦାବିରେ ଭବାନୀପାଟଣାରେ ବୈଠକ।


କଳାହାଣ୍ଡି:୨୩/୧୨
ଖବରଦାତା—ସନତ ପ୍ରଧାନୀ


ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବ୍ରୁଦ୍ଧି କରିବା ପ୍ରତିଶୃତି ଦେଇଥିଲେ। ତାପରେ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ କିନ୍ତୁ ଆଜିକୁ ୬ମାସ ପରେ ବି ହିତାଧିକାରୀ ହତାଶ ହେଇଛନ୍ତି। ତେଣୁ ଆଜି ଭବାନୀପାଟଣା ମୁନିସିପାଲିଟି ର ୱାର୍ଡ ନଂ-୦୩ ର ୧୦୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ ରାମନଗର ପଡା ସ୍ଥିତ ବିଶ୍ୱାଳ ନର୍ସରୀ ଗଳି ଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଏକ ବୈଠକ ହୋଇଯାଇଅଛି ।

ଯଦି ସରକାର ନବ ବର୍ଷ ୨୦୨୫ ଭିତରେ ଭତ୍ତା ୩୦୦୦-୩୫୦୦ ଟଙ୍କା ଘୋଷଣା ନ କରନ୍ତି ତାହେଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ହେବା ପାଇଁ ସଂଗଠନ ତରଫରୁ ସଜବାଜ ହେଉଛି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି । ନାରୀ ନେତ୍ରୀ କବିତା ରାଉତ, ସୀତାରାମ ଘି ପ୍ରମୁଖ ଉଦବୋଧନ ଦେଇଥିଲେ ଏବଂ ଭତ୍ତାଧିକାରୀମାନେ ମଧ୍ଯ ଅସନ୍ତୋଷ ବ୍ୟକ୍ତ କରି ଆଗାମୀ ଦିନରେ ହଜାର ହଜାର ସଂଖ୍ଯାରେ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଓ କରିବୁ କହିଥିଲେ । ଏହି ବୈଠକ ସଫଳ କରିବା ପାଇଁ ସଦସ୍ଯ ବିଶ୍ୱନାଥ ବାଗ, ପୁର୍ଣ୍ଣ ଚନ୍ଦ୍ର ଗଉଡ, ନିରଞ୍ଜନ ନାଗ, ମନୋରଞ୍ଜନ ରୟ, ବୈଷ୍ଣବ ନାଗ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।