January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଲିଠୁ ୨ ଦିନ ପୁଣି ବର୍ଷା

ଓଡ଼ିଶାରେ ଗତ କିଛି ଦିନ ଧରି ଅଦିନିଆ ଲଗାଣ ବର୍ଷା ଲାଗି ରହିଛି । ବର୍ତ୍ତମାନ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ବେଳେ ଆଜି ରାଜ୍ୟରେ ଶୁଖିଲା ପାଗ ରହିଛି । କିନ୍ତୁ ଆସନ୍ତାକାଲିଠୁ ପୁଣି ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୨୮ ତାରିଖରେ ୭ ଜିଲ୍ଲା ଓ ୨୯ ପାଇଁ ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ୨୮ ଏବଂ ୨୯ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବ ଦେଖାଇବ ପଶ୍ଚିମାଝଡ଼ । ଫଳରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେପରିକି ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହପରି ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ସେପଟେ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ଘନ କୁହୁଡ଼ିର ଅନୁଭୂତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ଯପଟେ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ ରହିବ । ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ୩ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ଆଉ ଶୀତ ବଢିବ । ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ବର୍ଷା ହୋଇଥିବା ବେଳେ ମାଲକାନଗିରିର ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ୧୧.୦ ମିଲିମିଟର ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡ଼ର କିରେଇରେ ସର୍ବନିମ୍ନ ତାପମାତ୍ରା ୧୫.୦୦ ଡିଗ୍ରୀ ଓ ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ୧୩.୦୦ ଡ଼ିଗ୍ରୀ ରେକର୍ଡ ହୋଇଛି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।