ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୀତି ସଂସ୍କାରକ ତଥା ଉଦାରୀକରଣର ମହାନାୟକ ମନମୋହନ ସିଂଙ୍କ ଶେଷକୃତ୍ୟ। ମନମୋହନଙ୍କ ମରଶରୀରକୁ ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟକୁ ନିଆଯିବ। ସେଠାରେ ସମସ୍ତେ ମନମୋହନଙ୍କୁ ଶେଷ ଦର୍ଶନ କରିବେ। ଏହାପରେ ଦିଲ୍ଲୀ ରାଜଘାଟରେ ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି। ଡ. ମନମୋହନ ସିଂଙ୍କ ବିୟୋଗରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଗୁରୁବାର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ରାତି ୯ଟା ୫୧ରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ପରେ ବିଭିନ୍ନ ବୟସ ଓ ବିଭିନ୍ନ ବର୍ଗର ଲୋକେ ତାଙ୍କ ଶେଷ ଦର୍ଶନ କରୁଛନ୍ତି। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଲଗାତାର ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଶର ଶାସନ ଡୋରି ସମ୍ଭାଳିଥିଲେ। ସାରା ବିଶ୍ୱ ମନମୋହନଙ୍କର ଅର୍ଥନୈତିକ ସୁପରିଚାଳନା କୌଶଳକୁ ପ୍ରଶଂସା କରିଥିଲା।
ମୋ ଟିଭି ଓଡିଶା, ନୂଆଦିଲ୍ଲୀ
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।