MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ।

ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀଙ୍କ ପାଖରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍। ଦୁଃଖ ଶୁଣିବା ସହ ଉଜୁଡ଼ା କ୍ଷେତ ବୁଲିଲେ, ଏବଂ କ୍ଷତି ଭରଣା ପ୍ରତିଶ୍ରୁତି ଦେଲେ। ପ୍ରଥମ ଦିନରେ, ନୟାଗଡା ଜିଲ୍ଲା ରଣପୁର ବ୍ଲକର କାଣ୍ଡପଡା ପଂଚାୟତରେ ପହଁଚି ଚାଷୀଙ୍କ ଦୁଃଖସୁଃଖ ପଚାରି ବୁଝିଛନ୍ତି । ଚାଷୀମାନେ ସଢ଼ି ଯାଇଥିବା ଧାନ ଗଛକୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଛନ୍ତି ।

ସେହିପରି ଅପରାହ୍ନରେ ଗଜପତିର ଗୋଷାଣୀ ବ୍ଲକ, ଗଞ୍ଜାମ ଜିଲ୍ଲା ଗସ୍ତ କରି ରଂଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକରେ ଚାଷୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ । କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । କ୍ଷୟକ୍ଷତି ଦେଖିବା ପରେ ଚାଷୀଙ୍କ ସହ ସରକାର ଅଛନ୍ତି ଏବଂ ସେମାନଙ୍କୁ ଉପଯୁକ୍ତ ସମୟରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କଟକ ଜିଲ୍ଲା ନିଆଳିରେ ଧାନ କ୍ଷେତ ବୁଲି ଉଜୁଡା ଫସଲ ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ନିଆଳୀ ବ୍ଲକ ଜଲ୍ଳାରପୁର ପଂଚାୟତ ଷୋଳମଙ୍ଗା ଗାଁକୁ ଯାଇ ପଚି ସଢ଼ି ଯାଇଥିବା ଧାନ ଦେଖିବା ପରେ ଗଜାଧାନ ଓ ପାନର ସାମ୍ପୁଲ ସଂଗ୍ରହ କରିଛନ୍ତି । ଚାଷୀ ଓ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସେହିପରି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବିଭିନ୍ନ ଅଂଚଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କୁ ଗଜା ହୋଇ ଯାଇଥିବା ଧାନ ଦେଖାଇ ଚାଷୀ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କ କାନ୍ଧରେ ହାତ ଥୋଇ ଆଶ୍ବାସନା ଦେଇଛନ୍ତି ।

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଧାନ ବିଲ ବୁଲି ଦେଖିଛନ୍ତି। ଅଦିନିଆ ବର୍ଷା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଜମଧର ନିକଟରେ ଧାନ କ୍ଷେତରେ ପଶି, ଚାଷୀ ମାନଙ୍କ ଦୁଃଖ ଶୁଣିଛନ୍ତି। ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।