ମୋଟିଭି ଓଡିଶା : ଦାରିଙ୍ଗବାଡି,୬/୫(ସୁଶାନ୍ତ କୁମାର ସାହୁ) ଦିନେ କି ଦୁଇଦିନ ନୁହେଁ ସ୍ବାଧୀନତାର ୭୭ ବର୍ଷ ବିତି ଯାଇଛି ସତ ହେଲେ ଆଜି ବି ଲୋକ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଲୋକଙ୍କ ପାଇଁ ସରକାରୀ ଯୋଜନା ସାତ ସ୍ବପ୍ନ ପାଲଟିଛି । ବର୍ଷ ବର୍ଷ ହେଲା ଲୋକେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଏଭଳି ଏକ ଗାଁ ହେଉଛି ଦାରିଙ୍ଗବାଡି ବ୍ଲକର ସିର୍କାବର୍ଗ ପଞ୍ଚାୟତର କଟଡିମାହା ଗ୍ରାମ ।
ଉକ୍ତ ଗାଁରେ ୯୦ ରୁ ଉର୍ଦ୍ଧ ପରିବାର ଦୀର୍ଘ ଦିନ ଧରି ବସବାସ କରୁଥିବା ବେଳେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି ସମସ୍ତ ପରିବାର । ପାହାଡ଼ ଜଙ୍ଗଲ ମଧ୍ୟରେ ଉକ୍ତ ଗାଁ ରହିଥିବା ବେଳେ । ରାତ୍ର ହୋଇଗଲେ ଗାଁ କୁ ଜୀବ ଜନ୍ତୁଙ୍କ ଭୟ ରହୁଛି । ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢୁ ନାହାନ୍ତି ଡିବିରୀ ଆଲୁଅ ଜାଳିବା ପାଇଁ କିରୋସିନୀ ବି ମିଳୁନାହିଁ । ଫଳରେ ଅଧିକ ସମୟ ପାଠ ପଢି ହୋଇ ପାରୁନାହିଁ । ବିଦ୍ୟୁତ୍ ନଥିବା ଫଳରେ ଅନେକ ସମସ୍ୟା ଦେଖା ଦେଉଛି । ବିଦ୍ୟୁତ୍ ଯୋଗାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ସୁଦ୍ଧା କଟଡିମାହା ଗ୍ରାମ ପାଇଁ ଏହା ଏକ ସ୍ବପ୍ନ ହୋଇ ରହିଛି ।
ଲୋକେ ଏନେଇ ବିଭିନ୍ନ ସମୟରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ପହଞ୍ଚି ପାରିନାହିଁ ଉକ୍ତ ଗ୍ରାମରେ । ଏଣୁ ଗାଁ କୁ ବିଦ୍ୟୁତ୍ ସଂଯୋଗ ନହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଥିବା ଗ୍ରାମର ୱାର୍ଡ ମେମ୍ବର ପ୍ରତିମା ପ୍ରଧାନ, ମଶା ପ୍ରଧାନ ଙ୍କ ସମେତ ଶ୍ରକ ପ୍ରଧାନ , ଆନ୍ଦ୍ରିୟ ପ୍ରଧାନ, ଆଲୋକ ପ୍ରଧାନ, ନିଆସର ପ୍ରଧାନ, ଆଦମ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ