February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଯୋଜନା ।

ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା କରାଯାଇଛି । ଇ-କେୱାଇସି ଡାଟାବେସକୁ ଆଧାର କରି ଦିଆଯିବ କାର୍ଡ । ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରଙ୍କ ପାଖରେ ଏବେ କୋଟିଏ ପରିବାରର ତଥ୍ୟ ରହିଛି। ଏହାକୁ ଆଧାର କରି ଯୋଜନା ଲାଗୁ କରାଯିବ। ଏହି ଯୋଜନା ଲାଗୁ ହେବା ପରେ ଓଡ଼ିଶାର କୌଣସି ବି କାର୍ଡଧାରୀ ଦେଶରେ ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇପାରିବେ। ଏହି ଯୋଜନାରେ ୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।
କିପରି କରିବେ ଆବେଦନ?


ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ ପିଏମ-ଜେଏୱାଇର ଅଫିସିଆଲ୍ ୱେବସାଇଟକୁ ଯିବାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ଏଥିରେ ଭେରିଫାଏ କରାନ୍ତୁ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ । ଏହା ପରେ ଏକ ସ୍ୱତନ୍ତ୍ର ଆୟୁଷ୍ମାନ ଯୋଜନା ଆଇଡି ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ୍ କରନ୍ତୁ ।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।