ଆସନ୍ତା ୧୫ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା । ବୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି । ନିକଟରେ ଗୋଆକୁ ଯାଇ ଇ-କେୱାଇସି କରାଇଛନ୍ତି । ଅନ୍ୟ ରାଜ୍ୟରେ ଥିବା ଲୋକଙ୍କ ପାଖକୁ ଯାଇ କରାଯିବ ଇ-କେୱାଇସି । ବର୍ତ୍ତମାନ ସୁଦ୍ଧା ୫୦ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବର୍ତ୍ତମାନ ସୁଦ୍ଧା ୮୫ପ୍ରତିଶତ ଇ-କେୱାଇସି ସରିଲାଣି, ବାକି ଆସନ୍ତା ୧୫ତାରିଖ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ
ଢେମଶା, ବଜାସାଲ ରେ ଦୁଲୁକିଲା ଉଦଯାପିତ ଗୁଡାହାଣ୍ଡି ମଞ୍ଚ, ଉତ୍ସଵ ରେ ମତୁଆଲା ହେଲେ ଦର୍ଶକ।
ବେଆଇନ ବାଲିଗାଡିକୁ ଧରିବାରୁ ଧାରଣାରେ ବସିଲେ ଗାଡି ମାଲିକ