February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡକାୟତି ଘଟଣାରେ ସମ୍ପୃକ୍ତ ବାରଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ ।

ମୋଟିଭି ଓଡିଶା : କଳାହାଣ୍ଡି:୦୬/୦୫ : ୨୦୨୨ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ଖଇରପଦର ଗ୍ରାମରେ ବାସ କରୁଥିବା ପଦ୍ମଲୋଚନ ଆଚାର୍ଯ୍ୟ ଙ୍କ ଘରେ ଡକାୟତ ମାନେ ପଶି ୧ଲକ୍ଷ ୪୪ ହଜାର ଟଙ୍କା ଓ ତିନି ତୋଳା ସୁନା ଅଳଙ୍କାର ଡକାୟତି କରି ନେଇ ଯାଇଥିବା ଧର୍ମଗଡ଼ ଥାନାରେ ଗତ ୨୦୨୨ ମସିହା ମଇ ମାସ ୨ ତାରିଖରେ ଗୃହ କର୍ତ୍ତା ଲିଖିତ ଏତାଲା ପ୍ରଦାନ କରିଥିଲେ I ଏତଲାକୁ ଭିତ୍ତିକରି ଧର୍ମଗଡ଼ ପୋଲିସ ଥାନା କେଶ ନମ୍ବର ୧୦୪ ବଳରେ ତଦନ୍ତ ଆରମ୍ଭ କରିଥିଲେ ହେଁ ତୁରନ୍ତ କୌଣସି ସଫଳତା ମିଳିନଥିଲା। କରୋନା ପ୍ରଶମନର ଶେଷ ପର୍ଯ୍ୟାୟରେ ସ୍ଥାନୀୟ କିଛି ସହଯୋଗୀଙ୍କ ସହାୟତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର କିଛି ପେଶାଦାର ଡକାୟତ ଧର୍ମଗଡ଼ ଉପଖଣ୍ଡ ର ଜୟପାଟଣା, ଗୋଲାମୁଣ୍ଡା, କୋକସରା, ଆମ୍ବପାଣି ଓ ଧର୍ମଗଡ଼ ଥାନା ଅଞ୍ଚଳରେ ସଶସ୍ତ୍ର ଆକ୍ରମଣ କରି ଏକାଧିକ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଡକାୟତି କରିବା ସହ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲେ। ଏପରିକି ଏହାକୁ ପ୍ରତିହତ କରିବାପାଇଁ ଗାଁ ଗାଁ ରେ ଯୁବକ ମାନେ ରାତି ତମାମ ଠେଙ୍ଗା ବାଡ଼ି ଧରି ପହରା ଦେବା ଦେଖିବାକୁ ମିଳିଥିଲା।

ବିଭିନ୍ନ ଥାନାର ଏତାଲାକୁ ଭିତ୍ତି କରି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଅଭିଳାଷଙ୍କ ପ୍ରତାକ୍ଷ୍ୟ ତତ୍ୱାବଧାନରେ ଏକ ସ୍ୱତନ୍ତ ଟିମ ଗଠନ କରାଯାଇ ଏପରି କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଥିଲା। ଧର୍ମଗଡ଼ ପୋଷ୍ଟ ଅଫିସରେ ଡକାୟତି ଉଦ୍ୟମ ବିଫଳ ହେବାପରେ ସେଠାରୁ ପୋଲିସ କୁ ଅନେକ ସାହାଯ୍ୟକାରୀ ସୁରାକ ହସ୍ତଗତ ହୋଇଥିଲା। ଜୟପାଟଣା ଠାରେ ଥିବା ଏକ ଅଳଙ୍କାର ଦୋକାନକୁ ଆସୁଥିବା ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଉପରେ ଚଢ଼ାଉ କରି ପୋଲିସ ଶେଷରେ ସଫଳତା ପାଇବା ସହ ଡକାୟତ ଘଟଣାରେ ସମ୍ପୃକ୍ତ ଦୁଇଜଣ କୁ ଗହଣା ଦୋକାନରୁ ଗିରଫ କରିଥିଲା। ପୋଲିସ ଅନୁସନ୍ଧାନ ବେଳେ ଉଭୟ ଅଭିଯୁକ୍ତ ସେମାନେ ଖଇରପଦର ଗ୍ରାମ ଡକାୟତି ରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ସହ ଏକ ବଡ ଡକାୟତ ଦଳ ଟୁନା ହରିଜନ ର ନେତୃତ୍ୱରେ ସମଗ୍ର ଅଞ୍ଚଳରେ ଡକାୟତି କରିଥିବା ସତ ମାନିଯାଇଥିଲେ। ଏପରିକି ଚୋରି ସୁନା ଅଳଙ୍କାର ସେମାନେ ସଂପୃକ୍ତ ଅଳଙ୍କାର ଦୋକାନରେ ବିକ୍ରି କରି ପ୍ରଚୁର ଅର୍ଥ ପାଉଥିବା ସ୍ୱୀକାର କରିଥିଲେ। ଖଇରପଦର ଡକାୟତି ପାଇଁ ସେହି ଗ୍ରାମର ଡାକ କର୍ମଚାରୀ ପରମେଶ୍ୱର ବାଗ ର ସୂଚନା ଓ ମୁଖ୍ୟ କାର୍ପଟଦାର ଟୁନା ହରିଜନ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ସେମାନେ ଦଳଗତ ଭାବେ ଏହି ଡକାୟତି ଭିଆଇ ଥିବା ସ୍ୱୀକାର କରିଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ସୂଚନା କୁ ଭିତ୍ତି କରି ତଦନ୍ତ ଭାର ଗ୍ରହଣ କରିଥିବା ଧର୍ମଗଡ଼ ଥାନା ଅଧିକାରୀ ଶ୍ରୀମତୀ ଦୀପାଞ୍ଜଳି ପ୍ରଧାନ ସମସାମୟିକ ଡକାୟତି ଘଟଣାରେ ଗିରଫ ସହଯୋଗୀ ଡକାୟତ ମାନକୁ ଠାବ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଅଭିଯୁକ୍ତ ମାନେ ଏହି ଡକାୟତି ଘଟଣାରେ ପ୍ରମାଣ କ୍ରମେ ସମ୍ପୃକ୍ତ ହୋଇ ବିଚାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଦୁଇ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ, ଉପଲବ୍ଧ ପ୍ରମାଣ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର ୦୨/୦୨/ ୨୦୨୩ ମୋକଦ୍ଦମା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡକାୟତ ଦଳ ର ବାର ଜଣ ଡକାୟତ ଜଗନ୍ନାଥ ହରିଜନ, ଲାଲଧର ହରିଜନ, ସୋମେଶ୍ୱର ନାଏକ, ରୋହିତେଶ୍ୱର ନିଆଲ, ଗୋବିନ୍ଦ ହରିଜନ, କୁମାର ହରିଜନ, ସଲମାନ ହରିଜନ, ଦଳପତି ହରିଜନ, ଦୀନେଶ ବୈଠାରୁ, ମୋହନ ପୁଝାରୀ, ପରମେଶ୍ବର ବାଗ ଓ ଟୁନା ଓରଫ୍ ସିମନ୍ ନାଗ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୯୫ ବଳରେ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡ ଓ ସେହିପରି ଭାରତୀୟ ପିଙ୍ଗଲ କୋଡ଼ ଦଫା ୪୫୭ ବଳରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ତିନି ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।