‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ନେଲାଣି ୧୭୦ ଜୀବନ
ଚୀନରେ ଦେଖାଦେଇଛି ଏକ ନୂଆ ଭାଇରସ । ଯାହାର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି । ଯାହା ଏବେ ଚିନ୍ତା ବଢାଇଛି । ଏହି ଭାଇରସ ସହିତ କେତେକ ନୂଆ ଭୂତାଣୁ ମଧ୍ୟ ଚୀନରେ ଆତଙ୍କ ଖେଳାଇଛି । ଏହି ଭାଇରସ ପାଇଁ ବର୍ତ୍ତମାନ ସୁଦ୍ଧା ଚୀନରେ ୭ହଜାର ୮୩୪ଜଣ ସଂକ୍ରମଣ ହୋଇଥିବା ବେଳେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଛି ।
ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ଡବ୍ଲୁଏଚଓ ଖୁବଶୀଘ୍ର ଏ ନେଇ ନିର୍ଦ୍ଦେଶାବଳୀ ଜାରି କରିବ । ଚାଇନାର ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଏଚ୍ଏମ୍ପିଭି, ସ୍ୱାଇନ ଫ୍ଲୁ ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ-୧୯ ଭଳି ଅନେକ ଭାଇରସ୍ ଏକାସାଙ୍ଗରେ ବିସ୍ତାର କରୁଛି। ଫଳରେ ଚାଇନାର ଅବସ୍ଥା ବିଗିଡିବାରେ ଲାଗିଛି । ଚାଇନାର ସ୍ୱାସ୍ଥ୍ୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ହ୍ୟୁମାନ୍ ମେଟାନ୍ୟୁମୋଭାଇରସ ପାଇଁ ବର୍ତ୍ତମାନ କୌଣସି ଟିକା ଉପଲବ୍ଧ ନାହିଁ। ଏହାର ଲକ୍ଷଣ ସାଧାରଣ ଥଣ୍ଡା ପରି, କିନ୍ତୁ ଏହା ଗୁରୁତର ସଂକ୍ରମଣ ମଧ୍ୟ କରିପାରେ। ୧୪ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ମାମଲା ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।