February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୋର୍ଦ୍ଧା ବିଧାନସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ କଂଗ୍ରେସ ଓ ସ୍ୱାଧିନ ପ୍ରାର୍ଥୀ।

ମୋଟିଭି ଓଡିଶା : ୦୬/୦୫ : ଖୋର୍ଦ୍ଧା ବିଧାନସଭା ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବରେ ସୋନାଲି ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋନାଲି ସାହୁ ଜାନକୀବଲ୍ଲଭ ପଟ୍ଟନାୟକ ପାର୍କ ଠାରୁ ଶୋଭାଯାତ୍ରାରେ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ଅପାରଗ ସରକାର ଓ ଦୁର୍ନୀତି ବିରୋଧରେ ଜନ ସାଧାରଣ ମାନଙ୍କୁ ଶୋଷଣ କରୁଥିବା ବେଳେ ମହିଳା ମାନଙ୍କୁ ସମ୍ମାନ ଦେଉନାହାନ୍ତି ୨୪ବର୍ଷ ଶାସକ ଦଳ କ୍ଷମତାରେ ରହି ଶୋଷଣ କରି ଚାଲିଛନ୍ତି ମହିଳା ମାନଙ୍କୁ ସମ୍ମାନ ନାହିଁ ଖୋର୍ଦ୍ଧାର ବିକାଶ ହୋଇନାହିଁ ଆଦି ନିର୍ବାଚନ ମୁଦା ନେଇ ଭୋଟର ମାନଙ୍କୁ ପାଖକୁ ଯାଇ ଭୋଟ ଭିକ୍ଷା କରି ଭୋଟର ମାନଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି।

ସେହିପରି ଗତ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟ ଚଳିତ ୨୦୨୪ ନିର୍ବାଚନରେ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ବିଜେପି ଦଳ ତାଙ୍କୁ ଟିକେଟ ନଦେଇ ଚିଲିକା ବିଧାୟକଙ୍କୁ ଟିକେଟ ଦେଇଛି।କାଳୁଚରଣ ଖଣ୍ଡାୟତରାୟ ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।କାଳୁଚରଣ ଏକ ବିଶାଳ ଶୋଭାଯାତ୍ରାରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଠାରୁ ଶହଶହ ସମର୍ଥକ ମାନଙ୍କୁ ସାଗଂରେ ନେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନ ରେ ସେ ବିଜୟୀ ହୋଇ ବିଧାନସଭାକୁ ଯିବେ ବୋଲି ଦୃଢ ଆଶାବାଦୀ ଅଛନ୍ତି।
ବାଇଟ-ସୋନାଲି ସାହୁ କଂଗ୍ରେସ ବିଧାୟକ ପ୍ରାର୍ଥୀ।
ବାଇଟ-କାଳୁଚରଣ ଖଣ୍ଡାୟତରାୟ ସ୍ୱାଧୀନ ବିଧାୟକ ପ୍ରାର୍ଥୀ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।