କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ‘ପୂର୍ବ ସରକାର କାମ କମ କରି ଅଧିକ ପ୍ରଚାର କରୁଥିଲେ । ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର । ବର୍ତ୍ତମାନ ସରକାର ଚାଷୀଙ୍କ ସହ ଅଛନ୍ତି । ଦୁଇ ଦଶନ୍ଧି ଧରି କେବଳ ଧାନରେ ସ୍ୱାବଲମ୍ୱୀ ଓଡିଶା । ଅନ୍ୟ କୌଣସି କ୍ଷେତ୍ରରେ ଆମେ ସ୍ୱାବଲମ୍ୱୀ ନୁହେଁ । ଆଳୁ ପାଇଁ ପଶ୍ଚିମବଙ୍ଗ ନାଲି ଆଖି ଦେଖାଉଛି । ଆଉ ମମତା ଦିଦିଙ୍କର ଆମ ପ୍ରତି ଆଉ ମମତା ନାହିଁ । ପିଆଜ ପାଇଁ ମହାରାଷ୍ଟ୍ର, ଟମାଟୋ ପାଇଁ କର୍ଣ୍ଣାଟକ ଭରସା । ମାଛ ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଭରସା । ସେମାନେ ନଦେଲେ ଆମେ କିଛି ଖାଇପାରିବୁନି । ମଧ୍ୟାହ୍ନ ଭୋଜନରେ ପିଲାଏ ଅଣ୍ଡା ଖାଇପାରିବେନି । ଆଳୁ ଓ ପଣସ ମିଶନ କହି ଲୋକଙ୍କୁ ଠକିଲେ । ଅପରେସନ ସକ୍ସେସ ଫୁଲ ବଟ୍ ପେସେଣ୍ଟ ଡେଡ୍ । ଆପଣ ଚାଷୀଙ୍କ ଆଶା ଆକାଂକ୍ଷା ପୂରଣ କଲେ ନାହିଁ, ତେଣୁ ସେମାନେ ଆପଣଙ୍କୁ ବିରୋଧୀ ଦଳରେ ବସାଇଦେଲେ ।’
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।