ଛତିଶଗଡ ଗରିଆବନ୍ଧ ଓ ଓଡିଶା ନୂଆପଡା ସୀମାବର୍ତ୍ତୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁ ମୁହିଁ। ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଛନ୍ତି। ଘଟଣାସ୍ଥଳରୁ ୫ଟି ବନ୍ଧୁକ ଓ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି। ଖବର ପାଇ ଓଡ଼ିଶା ଏସଓଜିର ୫ଟି ଟିମ୍ ଓ ଛତିଶଗଡ ଏସଟିଫ ର ୫ ଟିମ୍ ସହ ଓଡ଼ିଶାର ସିଆରପିଏଫ୍ ଯବାନଙ୍କ ପକ୍ଷରୁ ଏହ ଅପରେସନ କରାଯାଇଥିଲା। ଏବେ ବି ସର୍ଚ୍ଚ ଅପରେଶନ ଜାରି ରହି ଥିବା ନେଇ ଗରିଆବନ୍ଧ ଏସପି ନିଖିଲ ରାଖେଚାଙ୍କ ସୁଚନା ଦେଇଛନ୍ତି। ସେହିପରି ଆଉ ଏକ ଭିନ୍ନ ଘଟଣାରେ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ ହୋଇଛନ୍ତି। ଛତିଶଗଡ଼ ବିଜାପୁର ଜିଲ୍ଲା ଟୋଡକା ଗାଁ ନିକଟରେ ବିସ୍ଫୋରଣ ଘଟି ଥିବା ବେଳେ ୩ ଡିଆରଜି ଯବାନ ସାମାନ୍ୟ ଆହତ ହୋଇଛନ୍ତି।
ମୋ ଟିଭି ଓଡିଶା ଡେସ୍କ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।