ଦରଦାମ୍ ବୃଦ୍ଧି ପ୍ରତିବାଦରେ ପିଏମଜି ଛକରେ ଆନ୍ଦୋଳନ କରିବ ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀରେ କରି ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ପରଠାରୁ ଦରଦାମ ହୁ ହୁ ହୋଇ ବଢି ଚାଲିଛି । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଦାମ୍ ବଢିଛି। ଲୋକେ ହନ୍ତ ସନ୍ତ ହେଉଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ । ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ । ଆସନ୍ତା ୬ ତାରିଖରେ ସକାଳ ସାଢ଼େ ୧୦ରୁ ୧୧ ଭିତରେ ଲୋୟର ପିଏମଜିରେ ବିକ୍ଷୋଭ କରାଯିବ । ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ । ନଚେତ୍ ୬ ତାରିଖରେ ପରେ ଓଡିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।