୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ । ଏନେଇ ଆଜି ବସିଥିଲା ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କ ଫୋର୍ସର ପ୍ରଥମ ବୈଠକ । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିଲା । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ନେଇ ଏହି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ । ସେହିପରି ଏକ ଷ୍ଟାଚ୍ୟୁଟାରୀ କମିଟି ଗଠନ କରିବାକୁ ମଧ୍ୟ ଟାସ୍କଫୋର୍ସର ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଟାସ୍କଫୋର୍ସର ପ୍ରଥମ ବୈଠକରେ ପ୍ରାଥମିକ ରୂପରେଖ ନେଇ ଆଲୋଚନା ହୋଇଛି । ବୈଠକରେ ସାଂସଦ ବଳଭଦ୍ର ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଦ୍ଧାନ୍ତ ମହାପାତ୍ର, ରଘୁରାମ ମାଛ, ମନୋହର ରନ୍ଧାରୀ, ରୂପେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ । ପରିଷଦର ରୂପରେଖ ନେଇ ବିଧାୟକ ଓ ସାଂସଦ ମାନେ ସେମାନଙ୍କର ମତାମତ ଦେଇଛନ୍ତି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।