February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଘନ କୁହୁଡ଼ି, ୯୫ ବିମାନ ବିଳମ୍ବିତ


ଦିଲ୍ଲୀରେ ପ୍ରବଳ ଶୀତ ସହିତ ଘନ କୁହୁଡ଼ି । କୁହୁଡ଼ି ପାଇଁ ୧୫ଟି ବିମାନର ଚଳାଚଳ ବାତିଲ କରାଯାଇଥିବା ବେଳେ ୯୫ ବିମାନ ବିଳମ୍ବିତ ହୋଇଛି। ପ୍ରାୟ ୬୦ଟି ଟ୍ରେନ ଯାତ୍ରା ବି ବାଧାପ୍ରାପ୍ତ ହୋଇଛି। ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀରେ ଦୀର୍ଘ ୯ ଘଣ୍ଟା ଧରି ଜିରୋ ଭିଜିବିଲିଟି ସ୍ଥିତି ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଓ ଶ୍ରମଶକ୍ତି ଏକ୍ସପ୍ରେସ ସମେତ ବହୁ ଟ୍ରେନ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବରେ ଯାତ୍ରା କରୁଛନ୍ତି। ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪୮ଟି ବିମାନର ଯାତ୍ରା ବାତିଲ ହୋଇଥିଲା। ଆଜି ସକାଳେ ଆଇଜିଆଇ ବିମାନବନ୍ଦରରେ ଭିଜିବିଲିଟି ମାତ୍ର ୫୦ ମିଟର ଥିବା ସୂଚନା ମିଳିଛି। ଦିଲ୍ଲୀରେ ତାପମାତ୍ରା ୧୦ଡିଗ୍ରୀ ସେଲସିୟସକୁ ଖସିଛି। କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡି ସ୍ଥିତି ଲାଗି ରହିଛି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।