କଳାହାଣ୍ଡି:୦୬/୦୧ : (ସନତ।ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ କୋକସରା କସ୍ତୁରବା ଖେଳ ପଡିଆ ରେ ସ୍ବର୍ଗତ ସୁନାମଧନ୍ୟ ଖେଳାଳି ସନୋଜ ନାଏକ ମେମୋରିଆଲ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଘାଟିତ ହୋଇଯାଇଛି।

ଉଦଘାଟନ କାର୍ଯ୍ୟକ୍ରମ ରେ ସ୍ପୋର୍ଟସ କ୍ଲବ ର ସଭାପତି ତ୍ରିମୋହନ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ବିଏସଏସଓ ଦୀପକ କୁମାର ବେହେରା, ଡାକ୍ତର ମାନବେଶ ମହାପାତ୍ର, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ଐରି ନାସନ ଚିନ୍ଦା, ପ୍ରଧାନ ଶିକ୍ଷକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସ୍ପୋର୍ଟସ କ୍ଲବ ର ଉପଦେଷ୍ଟା ତ୍ରିଭୁବନ ନାଏକ ପ୍ରମୁଖ ଉପସ୍ଥିତ ରହି ଉଦଘାଟନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ନବରଙ୍ଗପୁର ଜିଲ୍ଲା ଚିତ୍ରକୁଟ ଓ କଳାହାଣ୍ଡି ଜିଲ୍ଲା ବାନେର ର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଅତିଥିମାନେ ପଡିଆ ରେ ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ସହ ଉତ୍ସାହିତ କରିଥିଲେ।

ଉଦଘାଟନୀ ମ୍ୟାଚ କୁ କେସିଙ୍ଗା ବ୍ଲକ ର କ୍ରୀଡା ଶିକ୍ଷକ ଛବିଲାଲ ନାୟକ ଓ ଲାଇନ ମ୍ୟାନ ଖେଳ ଶିକ୍ଷକ ଶଙ୍କର ପୋଢ଼, ବିଶ୍ୱ ରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ ଖେଳ ଧାରା ବିବରଣୀ ମୋହନ ବାଗ, ପୂର୍ବତନ ଖେଳାଳି ରାଜେନ୍ଦ୍ର ନାଏକ ପ୍ରଦାନ କରିଥିଲେ। ଉଦଘାଟନୀ ମ୍ୟାଚ ରେ ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉଭୟ ଦଳ ଗୋଲ ଦେଇ ପାରି ନଥିବା ବେଳେ ପେନାଲଟି ସୁଟ ଆଉଟ ରେ ବାନେର ଦଳ ୪/୧ ଗୋଲ ରେ ନବରଙ୍ଗପୁର ଜିଲ୍ଲା ଚିତ୍ରକୁଟ ଦଳ।କୁ ହରାଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଥିଲା। ସ୍କୋର ବୋର୍ଡ ରେ ବରିଷ୍ଠ କ୍ରୀଡା ଶିକ୍ଷକ ନିର୍ମଳ ଦଣ୍ଡସେନା ଅମିତ କୁମାର ମହାନ୍ତି ସହଯୋଗ କରିଥିଲେ ।ସ୍ପୋର୍ଟସ କ୍ଲବ ପକ୍ଷରୁ ସମ୍ପାଦକ କ୍ଷୀରସିନ୍ଧୁ ନେଗି, ଜୟନ୍ତ ରାଉତ, କାମାକ୍ଷ ନାଏକ, ମହେଶ ଗୁପ୍ତା, ଅମର ସୁନା, କିଶନ ନାଏକ, ସୁରଜ ନାଏକ, ଦେବେନ୍ଦ୍ର ନାଏକ, ପ୍ରବୀଣ ଶବର, ସୁରେନ୍ଦ୍ର ମାଝୀ, ଜିତାମିତ୍ର ପ୍ରଧାନୀ, ପପୁ ଦଣ୍ଡସେନା, ସୁବ୍ରତ ପୁଝାରି, କ୍ଷୀରସିନ୍ଧୁ ପ୍ରଧାନୀ, ରାଜୁ ଶବର ପ୍ରମୁଖ ସ୍ପୋର୍ଟସ କ୍ଲବ ର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।ଖେଳ ଉପଭୋଗ କରିବାକୁ ପଡିଆ ରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।