February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ ।

ନୂଆ ଅଧ୍ୟକ୍ଷ ନିଯୁକ୍ତ ନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ବିଜ୍ଞପ୍ତି । ଆସନ୍ତା ୧୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ନାରାୟଣନ । ୨ ବର୍ଷ ପର୍ଯ୍ୟନ୍ତ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ୧୯୮୪ରେ ଇସ୍ରୋରେ ସାମିଲ ହୋଇଥିଲେ ଭି ନାରାୟଣନ । ବର୍ତ୍ତମାନ ସେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି। ପ୍ରାୟ ୪ ଦଶନ୍ଧିର କ୍ୟାରିଅରରେ ସେ ଇସ୍ରୋରେ ଅନେକ ପ୍ରମୁଖ ପଦ ପଦବୀରେ ରହିଆସିଛନ୍ତି। ଡକ୍ଟର ନାରାୟଣନଙ୍କ ପାରଦର୍ଶିତା ରକେଟ୍ ଏବଂ ମହାକାଶଯାନ ପ୍ରପୁଲସନରେ ରହିଛି।

ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମାର୍ଗଦର୍ଶନରେ, ଏଲପିଏସସି ରେ ଇସ୍ରୋର ବିଭିନ୍ନ ମିଶନ ପାଇଁ ୧୮୩ ଲିକ୍ୟୁଇଡ ପ୍ରପୁଲସନ୍ ପ୍ରଣାଳୀ ଏବଂ କଣ୍ଟ୍ରୋଲ ପାୱାର ପ୍ଲାଣ୍ଟ ଡେଲିଭରି କରିଥିଲେ। ସେ ପିଏସଏଲଭି ଦ୍ୱିତୀୟ ଏବଂ ଚତୁର୍ଥ ପର୍ୟ୍ୟାୟ ନିର୍ମାଣର ତଦାରଖ କରିଥିଲେ ଏବଂ ପିଏସଏଲଭି ସି୫୭ ପାଇଁ କଣ୍ଟ୍ରୋଲ୍ ପାୱାର୍ ପ୍ଲାଣ୍ଟଗୁଡିକର ପରିକଳ୍ପନା କରିଥିଲେ। ଆଦିତ୍ୟ ମହାକାଶଯାନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -୩ ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ। ନୂତନ ନିଯୁକ୍ତି ନେଇ ସେ ପ୍ରତିକ୍ରିୟାରେ ରଖି କହିଅଛନ୍ତି, ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବି।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।