ଖୋର୍ଦ୍ଧା ଜିଲ୍ଲାର ଟାଗିଂ ତହସିଲ ଜଂକିଆ ଥାନା ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ମୈ।ଜାରେ ଥିବା ଗୋଚର ଜମି ଓ ସଂରକ୍ଷିତ ଜଂଗଲ ଜମି ଓ କାଜୁ କର୍ପୋରେସନ ଜମିରୂ ହେଉଛି ମାଙ୍କଡା ପଥର ଓ ମୋରମ ଲୁଟ। ଟାଗିଂ ତହସିଲ କମାଗୁରୁ,ଟାଙ୍କୋଳ,ଅଚ୍ୟୁତପୁର ଛଣଗିରି, ଓଳସିଂହ ଗ୍ରାମପଞ୍ଚାୟତ ଅନେକ ଅଂଚଳ ଜଙ୍ଗଲ ଓ ଖଣିଜ ସମ୍ପଦରେ ଭରା। ହେଲେ ଏଵେ ଦୁର୍ନୀତିଖୋର ପିସି ଖିଆ ପୋଲିସ ଅଧିକାରୀ,ଖଣି ଅଧିକାରୀ, ରାଜସ୍ୱ ବିଭାଗ ଅଧିକାରୀ ଓ ବନବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଖଣି ଲୁଟ। ଲୁଟ୍ ହେଉଛି ମାଙ୍କଡା ପଥର ଓ ମୋରମ। ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ର ରାଜସ୍ୱ। ଜଳକା ଟାଗିଂ ରାଜସ୍ବ ବିଭାଗ ଓ ଟାଗିଂ ବନଵିଭାଗ, କାଜୁନିଗମ ଅଧିକାରୀ ଓ ଜଂକିଆ ଥାନା ପୋଲିସ ।
ମାଫିଆଙ୍କ କବଜାରେ ମାଙ୍କଡା ପଥର ଓ ମୋରମ ଖଣି। ଦିନରାତି ଖୋଲମଖୋଲା ଭାବରେ ଲୁଟ୍ ହେଉଛି ମାଙ୍କଡା ପଥର ଓ ମୋରମ। ସରକାରୀ ସଂରକ୍ଷିତ ଜଙ୍ଗଲରୁ ରାଜସ୍ବ ଲୁଟ୍ ପଛରେ ଟାଗିଂ ତହସିଲରଦାର, ଟାଗିଂ ବନବିଭାଗ ରେଞ୍ଜର, ଜଂକିଆ ପୋଲିସ ଅଧିକାରୀଙ୍କ ସଂପୁକ୍ତ ଥିବା ହେଉଛି ଅଭିଯୋଗ। ମାସିକିଆ ବଟି ନେଇ ରାଜସ୍ବ ଲୁଟ କରିବା ପାଇଁ ପରୋକ୍ଷରେ ହୋଇଛି ଯୋଜନା।ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀ ? କାହା ଛତ୍ରଛାୟାରେ ବେଧଡକ ଚାଲିଛି ରାଜସ୍ବ ଲୁଟ୍? ମାଙ୍କଡା ପଥର ଓ ମୋରମ ଖଣିରୁ ଦୈନିକ ଶହଶହ ଟ୍ରକ,ହାଇଓ୍ବ।,ଟ୍ରାକ୍ଟରେ ରାତିଅଧରେ ଚୋରା ଚାଲାଣ ଚାଲିଛି।
ମାଙ୍କଡା ପଥର ଓ ମୋରମ ଗାଡି ଗୁଡିକ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ, ବ୍ରହ୍ମଗିରି, ୧୬ନମ୍ବର ଜାତୀୟ ରାଜପଥରେ ବାଲୁଗାଁ ଆଦି ଅଂଚଳକୁ ହେଉଛି ଚାଲାଣ। ସରକାରୀ ସଂରକ୍ଷୀତ ଜଙ୍ଗଲ ରୁ ଦିନ ରାତି ଚାଲିଛି ରାଜସ୍ବ ଲୁଟ୍। ମାଫିଆ ଙ୍କ ଟାର୍ଗେଟରେ ସରକାରୀ ଜମି। ମାଫିଆ ମାନେ ହେକ୍ଟର ହେକ୍ଟର ଜଙ୍ଗଲକୁ ଝୁଣି ଖାଇସାରିଲେଣୀ । ଦିନ ରାତି ଅହରହ ଜଙ୍ଗଲରୁ ଜେସିବି, ପ୍ରୋକଲିନ, ଟ୍ରକ୍ ଓ ଟାକ୍ଟର ଲଗାଇ ମାଫିଆ ଦିନରାତି ବୋହିନେଉଛନ୍ତି ମାଙ୍କଡା ପଥର ଓ ମୋରମ। ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଟାଗିଂ ତହସିଲର ବିଭିନ୍ନ ଅଂଚଳ। ସମତଳ ଜମି ଏବେ ପୋଖରୀ ପାଲଟି ଗଲାଣି। ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ଓ ମୋରମ ହେଉଛି ଲୁଟ୍। ରାଜସ୍ୱ ଜମି ଓ ଜଙ୍ଗଲ ଜମି ଖୋଳି ଚାଲିଛି ଚୋରା ଚାଲାଣ। ମାଫିଆମାନେ ସ୍ଥାନୀୟ ଅଞ୍ଚଳରେ ଡରାଇ ଧମକାଇ ମାଙ୍କଡା ପଥର ଓ ମୋରମ ଖୋଳି ଚାଲିଛନ୍ତି। ମାଫିଆ ଙ୍କ ଦୈରାତ୍ମ ପାଇଁ ବିପଦରେ ଟାଗିଂ ତହସିଲ ଅଂଚଳରେ ଥିବା ରାଜସ୍ୱ ଜଗଂଲ ଜମି ଓ ଜଂଗଲ ଜମି ଓ କାଜୁ କର୍ପୋରେସନ ଜମି। ମାଫିଆ ମାନେ ସକ୍ରିୟ ହୋଇ ଖୋଲମଖୋଲା ବେପାର କରୁଛନ୍ତି।ପ୍ରଶାସନିକ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଏଠାରେ ରକ୍ଷକ ସାଜିଛନ୍ତି ଭକ୍ଷକ। ମାଫିଆ ମାନଙ୍କ ସହିତ ସରକାରୀ ବାବୁମାନେ ଚଳାଇଛନ୍ତି ଭିତିରି ବୁଝାମଣା। ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ ଦାୟିତ୍ଵ ରେ ଥିବା ଅଧିକାରୀ ମାଫିଆ ଙ୍କ ହାତକୁ ଟେକି ଦେଇଛନ୍ତି ସରକାରୀ ଜଙ୍ଗଲ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜମି। ଆଉ ମାଫିଆ ଟଙ୍କା ରେ ପୋଶା ହୋଇଛନ୍ତି ସରକାରଙ୍କ ବଡବଡ ବାବୁ। ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ ଏବେ ବଢିବାରେ ଚାଲିଛି। କିଛିଦିନ ପୂର୍ବରୁ ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ କୁ ରୋକିବା ପାଇଁ ଖଣି ବିଭାଗ ଅଧିକାରୀ ପଦକ୍ଷେପ ନେବାରୁ ତାଙ୍କ ଉପରକୁ ମାଫିଆମାନେ କରିଛନ୍ତି ଦୁଇଦୁଇ ଥର ମରଣାନ୍ତକ ଆକ୍ରମଣ । ଖଣି ମାଫିଆ ଓ ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେଲେ ପରିବେଶ ରକ୍ଷା ପାଇପାରିବ ବୋଲି ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି।
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।