ପରିସଂଖ୍ୟାନ ବ୍ୟବସ୍ଥାର ନିୟମିତ ତଦାରଖ ନିମନ୍ତେ ଗୁରୁତ୍ୱାରୋପ
ଭୁବନେଶ୍ୱର: ୮-୧-୨୦୨୫
ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡିଶା ଅଧିନସ୍ଥ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଜାନୁଆରୀ ୭ ତାରିଖ ଓ ୮ ତାରିଖ ଦୁଇଦିନ ଧରି ବିଭାଗୀୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ନିର୍ଦ୍ଦେଶକ ଡ. ବିଜୟ ଭୂଷଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆଦି ତିନୋଟି ରେଞ୍ଜର ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ନିର୍ଦ୍ଦେଶାଳୟ ତରଫରୁ ବିଭିନ୍ନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ଼ ଏବଂ ଉପ ନିର୍ଦ୍ଦେଶକ଼ମାନଙ୍କ ଉପସ୍ଥିତିରେ କୃଷି ପରିସଂଖ୍ୟାନ ସଂଗ୍ରହ, ଏକାଦଶ କୃଷି ଗଣନା, ଜାତୀୟ ନମୁନା ସର୍ବେକ୍ଷଣ , ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ଶିଳ୍ପ ପରିସଂଖ୍ୟାନ ସଂଗ୍ରହ, ଦ୍ରବ୍ୟ ମୁଲ୍ୟସୂଚୀ ସହିତ ପ୍ରତ୍ୟେକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରିତ ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ ସମ୍ପର୍କିତ ସମୀକ୍ଷା କରାଯାଇଥିବାବେଳେ ଆଗାମୀ ୮୦ତମ ଜାତୀୟ ନମୁନା ସର୍ବେକ୍ଷଣ, ୭ମ କ୍ଷୁଦ୍ର ଜଳସେଚନ ଗଣନା, ୨ୟ ଜଳାଶୟ ( Water Bodies ) ଗଣନା, ପ୍ରଥମ ଝରଣା(Spring) ଗଣନା, ୮ମ ଅର୍ଥନୈତିକ ଗଣନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ବିସ୍ତୃତଭାବରେ ଆଲୋଚନା କରାଯାଇଥିଲ। ।
ରେଞ୍ଜସ୍ତରରେ ଯୁଗ୍ମ ନିର୍ଦ୍ଦେଶକ଼ମାନେ ସଂପୃକ୍ତ ଜିଲ୍ଲାଗୁଡିକରେ ଅଧିକାରୀମାନଙ୍କର କାର୍ଯ୍ୟ ସମୀକ୍ଷା ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ମାସ-ୱାରୀ ଅଗ୍ରଗତିର ସମୀକ୍ଷା ପୂର୍ବକ ପୁଙ୍ଖାନୁପୁଙ୍ଖ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଶତଃ ନିର୍ଭୁଲ ତଥ୍ୟର ଚାହିଦାକୁ ଦୃଷ୍ଠିରେ ରଖି ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମଗୁଡ଼ିକର ନିୟମିତ ସମୀକ୍ଷା କରିବା ଉପରେ ବିଭାଗୀୟ ନିର୍ଦ୍ଦେଶକ ଡ. ନନ୍ଦ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକ ଦ୍ୱାରା ନିର୍ଦ୍ଦେଶାଳୟ ଜରିଆରେ କର୍ଯ୍ୟାନ୍ୱୟନ ହେଉଥିବା ବିଭିନ୍ନ ଗଣନା ଓ ସର୍ବେକ୍ଷଣ (census & surveys) ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ଼ ତଥା ସଙ୍କଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହିତ ତଥ୍ୟର ଗୁଣବତ୍ତା ନିଶ୍ଚିତ କରାଯାଇପାରିବ ବୋଲି ଆଶାପୋଷଣ କରାଯାଇଛି ।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।